ଅନୁଗୁଳ – ଅନୁଗୁଳ ସହର ମଧ୍ୟରେ କୁକୁର ମାନଙ୍କ ଦୌରାତ୍ମ୍ୟ ହ୍ରାସ କରିବା ପାଇଁ “ବନ୍ଧ୍ୟାକରଣ କେନ୍ଦ୍ର (ସେଣ୍ଟର)” କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ବେଚ୍ଛାସେବୀ ମାନଙ୍କୁ ତରଫରୁ ଅନୁଗୁଳ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଅଛି । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାର୍ଷିକ ୨୫୦୦ ରୁ ୩୦୦୦ ଜଣ କୁକୁର କାମୁଡାର ଶିକାର ହୋଇ ଚିକିସ୍ଥିତ ହେବା ପାଇଁ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଅନୁଗୁଳ ପୌରପାଳିକାର ବାସିନ୍ଦା ଅଟନ୍ତି । ଅନୁଗୁଳ ପୌରପାଳିକା ଅନ୍ତର୍ଗତ ପ୍ରତି ୱାର୍ଡର ଗଳିକନ୍ଦିରେ ବୁଲା କୁକୁରଙ୍କ ଆକ୍ରାଣାତ୍ମକ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ସାଧାରଣ ନାଗରିକଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀକୁ ମଧ୍ଯ ଗୋଡାଉଛନ୍ତି । ବିଗତ ଦିନରେ ବୁଲା କୁକୁର ଆକ୍ରମଣରେ ଜଣେ ଦୁଇ ଜଣଙ୍କର ପ୍ରାଣହାନୀ ହୋଇଥିବାର ନଜିର ରହିଛି । ଅନୁଗୁଳ ସହରର କିଛି ୱାର୍ଡରେ ବୁଲା କୁକୁରଙ୍କ ଭୟରେ ଛୋଟ ଛୁଆମାନେ ଖେଳିବାକୁ ଘର ବାହାରକୁ ବାହାରୁ ଜାହାନ୍ତି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ, ଅନୁଗୁଳ ପୌର ପରିଷଦରେ ନିର୍ମାଣ ହୋଇଥିବା “ବନ୍ଧ୍ୟାକରଣ କେନ୍ଦ୍ର (ସେଣ୍ଟର)” କୁ ଅବିଳମ୍ବେ କାର୍ଯକ୍ଷମ କରିବାକୁ ସ୍ବେଚ୍ଛାସେବୀ ପ୍ରତାପ ମହାପାତ୍ର, ପର୍ଶୁରାମ ଦାଶ,ଆଦ୍ୟଶ୍ଳୋକ ମିଶ୍ର,ସୋମ ପ୍ରସାଦ ଦାଶ ଓ ବିଶ୍ବଜିତ ବିଶ୍ବାଳ ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି ।
ବଢୁଛି କୁକୁର ମାନଙ୍କ ଦୌରାତ୍ମ୍ୟ – ବନ୍ଧ୍ୟାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ଦାବି
