ମୁଖ୍ୟ ଖବର ଅର୍ଥନୈତିକ ଅବରୋଧ ଯୋଗୁଁ ଭାରିଯାନ ଚଳାଚଳ ଠପ Angul OnlineSeptember 26, 2022September 26, 2022 ଅନୁଗୁଳ – ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନଂ . ରାଜ୍ୟ ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି । ଯାହା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିଛି ମାସ ମଧ୍ୟରେ ଭାରୀଜାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟି ୫ ଜଣଙ୍କର ଜୀବନହାନୀ ହୋଇଛି । ତେବେ ଏହି ରାସ୍ତାରେ ଭାରିଯାନ ଚଳାଇବା ଉପରେ କଟକଣା ଓ ରାସ୍ତା ମରାମତି ପାଇଁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହାର ପ୍ରତିବାଦରେ ସୋମବାର କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରା ଯାଇଛି । ଭୋରରୁ ରାସ୍ତାରେ କୋଇଲା ବୋଝେଇ ଓ ବାଲି ବୋଝେଇ ସମେତ ଅନ୍ୟାନ୍ୟ ଭାରିଯାନକୁ ଅଟକାଇ ଦିଆ ଯାଇଛି । ଅନ୍ୟ ସମସ୍ତ ଯାନବାହନ ଚଳାଚଳ ସ୍ବଭାବିକ ରହିଛି । କୋଶଳା ଗ୍ରାମର ବିଭିନ୍ନ କ୍ଲବ ଓ ଯୁବଗୋଷ୍ଠୀ ସଙ୍ଗଠନର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି । Advertisement
ପୋଖରୀରେ ବୁଡି ବାଳକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା…
ମୋଟରସାଇକେଲ ସାଇଲେସନ୍ସର ବଦଳାଇ ଗଣିଲେ ତଣ୍ଡ ପୂଜା ପୂର୍ବରୁ ଆକ୍ସନ ମୁଡରେ ଅନୁଗୁଳ ପୁଲିସ । ଜିଲ୍ଲାର ବିଭିନ୍ନ ସହରରେ ଫ୍ଲାଗ ମାର୍ଚ୍ଚ । ବେଆଇନ ବାଣ କାରଖାନା ଉପରେ ଚଢ଼ାଉ । ଅନୁଗୁଳ…
ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…