ରାଜନୀତି ବିଜେପିରେ ଯୋଗ ଦେଲେ ଦୂର୍ଗା Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ ବିଜେଡି ଦଳ ଇସ୍ତଫା ଦେଇଥିବା ବେଳେ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ତିନି ଥର ସମିତି ସଭ୍ୟ ହୋଇଥିବା ଦୁର୍ଗାଙ୍କ ପାଖରେ ଦୀର୍ଘ ୩୧ ବର୍ଷର ରାଜନୈତିକ ଅଭିଜ୍ଞତା ରହିଥିବା ବେଳେ ବିଜେଡିରେ ସେ କୋଣଠେସା ହୋଇଥିଲେ । ଏଥିପାଇଁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦାନ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୂର୍ଗାଙ୍କ ବିଜେପିରେ ଯୋଗଦାନ ପରେ ଅନୁଗୁଳ ବ୍ଲକରେ ବିଜେପିର ଶକ୍ତି ବୃଦ୍ଧି ପାଇବା ସହ ଆଗାମୀ ନିର୍ବାଚନ ଶୁଭଂକର ହେବ ବୋଲି ଆଶା କରା ଯାଉଛି । Advertisement
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ , ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ ଅନୁଗୁଳ – ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଠାରୁ ଅନୁଗୁଳ ଜିଲ୍ଲା ଯୋଡିହୋଇଛି । ଆଜି…
ଦିନରେ ଲଣ୍ଠନ ଦେଖାଉଛନ୍ତି କେନ୍ଦ୍ର ସରଜାର – ଭିକେ ପଣ୍ଡିୟାନ ଅନୁଗୁଳ – ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନ । ଗତକାଲି ପାଲଲହଡା ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ଓ ପରେ ତାଳଚେର ନିର୍ବାଚନ ମଣ୍ଡଳୀର କୋଳିୟାରୀ ପଡିଆ ଠାରେ ସାଧାରଣ…