ମୁଖ୍ୟ ଖବର ଡିନାମାଇଟରେ ମାଛ ଧରିବା ହେଲା କାଳ – ଡିନାମାଇଟ ଫୁଟି ଯୁବକ ଗୁରୁତର Angul OnlineMarch 12, 2021March 12, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଗାଁ ନିକଟରେ ଥିବା ଟିକିରା ନଦୀରେ ଆଜି ମାଛ ଧରିବାକୁ ଯାଇଥିବା ବେଳେ ଡିନାମାଇଟ ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ହେଲ କମ୍ପସଲା ଗ୍ରାମର ପପୁନ ସହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ପପୁନ ୪ ଜଣ ସାଙ୍ଗ ମାନଙ୍କ ସହିତ ଦିନ ୧୨ ଟା ସମୟରେ ଡିନାମାଇଟ ସହାୟତାରେ ଟିକିରା ନଦୀକୁ ମାଛ ମାରିବାକୁ ଯାଇଥିଲେ । ତେବେ ସେଠାରେ ପପୁନ ହାତରେ ଡିନାମାଇଟ ଧରି ଫୁଟାଉଥିବା ବେଳେ ଡିନାମାଇଟ ଟି ହାତରେ ଫୁଟି ଯାଇଥିଲା । ଫଳରେ ପପୁନଙ୍କ ଡାହାଣ ହାତ ପାପୁଲି ଛିଣ୍ଡି ଯାଇଥିବା ବେଳେ , ଡାହାଣ ଆଖିଟି ନଷ୍ଟ ହୋଇ ଯାଇଛି । ଏହା ସହିତ ମୁହଁରେ ଓ ଛାତିରେ ମଧ୍ୟ ଗଭୀର ଆଘାତ ଲାଗିଛି । ଖବର ପାଇ ପରିବାର ଓ ସ୍ଥନୀୟ ଲୋକମାନେ ଘଟଣା ସ୍ଥଳରୁ ଗୁରୁତର ପପୁନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅନୁଗୁଳ ଜିଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦିଆଯାଇଛି । Advertisement
୩୬ ମାସ ରେ ହେଲା ନାହିଁ ସମ୍ପୁର୍ଣ୍ଣ – ସାର କାରଖାନା ଆରମ୍ଭ ହେବାକୁ ଲାଗିବ ଆହୁରି ୩୬ ମାସ ଅନୁଗୁଳ – ଠିକ୍ ୩ ବର୍ଷ ପୂର୍ବେ ତାଳଚେର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରି ,…
ବିଧାୟକଙ୍କୁ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାର କୈାଣସି ଲକ୍ଷଣ ନଥିଲେ ମଧ୍ୟ ସେ…
ଅନୁଗୁଳ ପୌରାଞ୍ଚଳ ସଟଡାଉନ ଅନୁଗୁଳ – ଅନୁଗୁଳ ପୌରାଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି । ପ୍ରଶାସନ ପକ୍ଷରୁ…