ଆଞ୍ଚଳିକ ଜଳିଗଲା ଆଠ ବଖରା ଘର Angul OnlineFebruary 27, 2023February 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶା ଇଣ୍ତଷ୍ଟ୍ରିଆଲ ଥାନା ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁଁ ୮ବଖରା ଭସ୍ମୀଭୂତ ହୋଇଯାଇଛି । ସୂଚନା ଅନୁସାରେ , ଗୋଟିଏ ଘରେ ବିଦ୍ୟୁତ ସର୍କିଟରୁ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପୁର୍ବରୁ ୮ଟି ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଥିଲା । ଗ୍ରାମର ରବିନ୍ଦ୍ର ନାୟକଙ୍କ ୩ବଖରା, କୁନି ନାୟକଙ୍କ ୨ବଖରା, ଛବି ନାୟକଙ୍କ ୨ବଖରା ଓ ସଜନି ନାୟକଙ୍କ ଗୋଟିଏ ବଖରା ଘର ଜଳିଯାଇଥିବାବେଳେ ଏକ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ଛେଣ୍ତିପଦା ଅଗ୍ନିଶମ ବିଭାଗ ଓ ଜେଏସପି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଅଗ୍ନିକାଣ୍ଡ ଫଳରେ ୪ଟି ପରିବାର ଖୋଲା ଆକାଶ ତଳେ ଅଛନ୍ତି । Advertisement
ନିଆଁରେ ପୋଡିଗଲା କବାଡି ଦୋକାନ ତାଳଚେର – ହୁତୁହୁତୁ ହୋଇ ଜଳିଗଲା କବାଡି ଗୋଦାମ । ତାଳଚେର ପ୍ରମୋଦପ୍ରସାଦ ଠାରେ ଥିବା କବାଡି ଗୋଦାମରେ ନିଆଁ ଲାଗି ଗୋଦାମ ଭିତରେ ରହିଥିବା ଲକ୍ଷାଧିକ…
ପଣସ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫…
ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ…