ଆଞ୍ଚଳିକ ଗାଁ ଭିତରେ ହାତୀ ଛୁଆ Angul OnlineOctober 29, 2021October 29, 2021 ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଛୁଆଟି ସେହି ସ୍ଥାନରୁ କେଉଁଆଡ଼େ ଯାଉ ନଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନ ବାଲିଜେରେଙ୍ଗ ଗ୍ରାମ ନିକଟରେ ଆଜି ଏକ ହାତୀ ଛୁଆ ରାସ୍ତା ଉପରେ ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ପହଞ୍ଚି ହାତୀ ଛୁଆଟିକୁ ଜଙ୍ଗଲ ଭିତରକୁ ପଠାଇବା ପାର୍ଇ ଉଦ୍ୟମ କରିଥିଲା । ତେବେ ହାତୀ ଛୁଆ ଗାଁ ଭିତରକୁ ପଶି ଆସିଥିବା ଖବର ପାଇ ପ୍ରବଳ ଭିଡ ଜମିଥିଳା । ଏପରିକି ବନ ବିଭାଗ ଆଗରେ ଲୋକମାନେ ହାତୀ ଛୁଆକୁ ଚିଡାଇଥିଲେ , ଆଉ ବନ ବିଭାଗ ଦେଖଣାହାରୀ ସାଜିଥିଲା । ପରେ ଅପରାହ୍ନରେ ପ୍ରାୟ ୧୦ମାସର ହାତୀ ଛୁଆଟି ଜଙ୍ଗଲ ଭିତରକୁ ଯାଇଥିଲା । ଏବେ ହାତୀ ଛୁଆର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଛି । ସେପଟେ ନିଶା ଗାଁ ନିକଟରେ ମଧ୍ୟ ଆଜି ଏକ ଦାନତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ରାସ୍ତା କଡା ଧାନ ବିଲରେ ହାତୀ ବୁଲୁଥିବା ଯୋଗୁଁ ସ୍ତନିଆୟା ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । Advertisement
ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି…
ଦୁର୍ଘଟଣାରେ ଜଣେ ଭାଇ ମୃତ , ଜଣେ ଭାଇ ଗୁରୁତର ଅନୁଗୁଳ – ରାସ୍ତା କଡରେ ଛିଡା ହୋଇ ଥିବା ଏକ ହାଇୱା ସହ ଧକ୍କା ହୋଇ ଜଣେ ମୋଟରସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…
ବାର ଲକ୍ଷ ଲୋକ ଖାଇବେ ଏହି ବଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ…