ମୁଖ୍ୟ ଖବର ଆମ୍ବ ଲୋଭ କରି ଗଛରେ ଲାଖି ରହିଲା ହାତୀ – ୫ ଘଣ୍ଟା ପରେ ହେଲା ଉଦ୍ଧାର Angul OnlineMay 9, 2023May 9, 2023 ଅନୁଗୋଳ – ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ ବୃତ୍ତି ଗ୍ରାମ ନିକଟରେ ଥିବା ଆମ୍ବ ବଗିଚାରେ ଆଜି ରାତି ପ୍ରାୟ ୪ଟା ବେଳକୁ ଏକ ମାଈ ହାତୀ (୧୫-୨୦ ବର୍ଷ) ଆମ୍ବ ଖାଇବାକୁ ଯାଇଥିଲା ବେଳେ ଆମ୍ବ ଗଛ ମଧ୍ୟରେ ତାର ଗୋଟିଏ ଗୋଡ଼ ଫସି ଯାଇଥିଲା । ଘଟଣା ସମ୍ପର୍କରେ ସକାଳେ ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଗଛକୁ ଟାଣି ହାତୀକୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ସେ ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଇଛି । ହାତୀକୁ ପେନ କିଲର ଏବଂ ଭିଟାମିନ ଦିଆ ଯାଇଛି । ଏହା ସହ ଏବେ ମଧ୍ୟ ହାତୀ ଉପରେ ବନ ବିଭାଗ ନଜର ରଖିଛି । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ନଜର ରଖାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । https://angulonline.com/wp-content/uploads/2023/05/WhatsApp-Video-2023-05-09-at-08.45.22.mp4 Advertisement
ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ…
ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଜଙ୍ଗଲରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ କୋଶଳା ଗାଁର ପ୍ରଦ୍ୟୁମ୍ନ…
କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଘଟଣ । କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି ।…