ଟ୍ରେନର ଦ୍ରୁତ ଗତି ପାଇଁ ହାତୀର ମୃତ୍ୟୁ – ବନ ବିଭାଗ

ଟ୍ରେନର ଦ୍ରୁତ ଗତି ପାଇଁ ହାତୀର ମୃତ୍ୟୁ – ବନ ବିଭାଗ

ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେରେଙ୍ଗ ନିକଟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା । ହାତୀ ମୃତ୍ୟୁ ପାଇଁ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ବନ ବିଭାଗ କହିବା ଅନୁସାରେ ଗତ କିଛିଦିନ ହେଲା ଏହି ଅଞ୍ଚଳରେ ହାତୀ ପଲ ବୁଲୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ହାତୀ ପଲ ଜରପଡା ଦେଇ ଯାଇଥିବା ରେଳ ଧାରଣା ଅତିକ୍ରମ କରିବାର ସମ୍ଭାବନା ଥିବାରୁ ବନ ବିଭାଗ ସଜାଗ ଥିଲା । ହାତୀର ଗତିପଥ ଉପରେ ନଜର ରଖାଯିବା ସହ ରେଳ ବିଭାଗକୁ ଏ ନେଇ ସୂଚନା ଦିଆ ଯାଇଥିଲା । ଏହା ସହ ଏହି ରାସ୍ତା ଅତିକ୍ରମ ବେଳେ ଟ୍ରେନର ସ୍ପୀଡ଼ ୫୦ କିମି ପ୍ରତି ଘଣ୍ଟାରୁ କମ ରଖିବାକୁ ଚିଠି ଲେଖି ଜଣା ଯାଇଥିଲା । ଯାହାର EXCLUSIVE ଚିଠି ଅନୁଗୋଳ ଅନଲାଇନ ହାତରେ ଲାଗିଛି । ତେବେ ଏହି ଚିଠି ଆଉ ରେଳ ବିଭାଗକୁ ସୂଚନା ଦିଆଯିବା ସତ୍ୱେ ସମ୍ବଲପୁର ସାଲିମାର ଟ୍ରେନ୍ ର ସ୍ପୀଡ଼ ଅଧିକ ଥିଲା । ଫଳରେ ସେହି ସମୟରେ ଗୋଠଛଡ଼ା ଦନ୍ତା ହାତୀଟି ରେଳଧାରଣା ପାର ହେଉଥିଲା ଏବଂ ଟ୍ରେନ ଧକ୍କା ଦେଇଥିଲା । ବର୍ତ୍ତମାନ ଆହୁରି ଅଧିକ ତଦନ୍ତ କରାଯାଉଛି ବୋଲି ଅନୁଗୋଳ DFO ବିବେକ କୁମାର ସୂଚନା ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
3
+1
2
+1
1

Leave a Reply