ଟ୍ରେନ ଧକ୍କାରେ ହାତୀ ମୃତ

ଟ୍ରେନ ଧକ୍କାରେ ହାତୀ ମୃତ

ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଛେଣ୍ଡିପଦା-ଜରପଡା ରାସ୍ତାର ଜରପଡା ଓଭରବ୍ରିଜର ରେଳ ଲାଇନରେ ୧ଶହ ମିଟର ଦୁରରେ ଥିବା ଜେରେଙ୍ଗ ଗାଁ ନିକଟରେ ରେଳ ଧକ୍କାରେ ଏହି ହାତୀର ମୃତ୍ୟୁ ହୋଇଥିବା ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର କର୍ମଚାରୀଙ୍କ ସମେତ ରେଳ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିଥିଲେ । ତେବେ ହାତୀ ପଲ ରେଳ ଧାରଣା ପାର ହେଉଥିବା ବେଳେ ସମ୍ବଲପୁର-ଶାଲିମାର ଟ୍ରେନ ଏହି ପ୍ରାପ୍ତ ବୟସ୍କ ହାତୀକୁ ଧକ୍କା ଦେଇଥିଲା । ଆଜି ସକାଳେ ଉଭୟ ବନ ଓ ରେଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରା ଯାଉଛି । ବନ ବିଭାଗ ହାତୀର ବ୍ୟବଚ୍ଛେଦ କରିବା ସହ ରେଳର ଗତି କିଭଳି ଥିଲା ସେ ନେଇ ତଦନ୍ତ କରୁଛି । ସେପଟେ ଏହା ହାତୀ ଚଲାପଥ କି ନାହିଁ , ଆଉ ହାତୀ ଏହି ଅଞ୍ଚଳରେ ଥିବା ବନ ବିଭାଗ ପକ୍ଷରୁ ର୍ବଳ ବିଭାଗକୁ ସୂଚନା ଦିଆ ଯାଇଥିଲା କି ନାହିଁ ସେ ନେଇ ରେଳ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।

What’s your Reaction?
+1
1
+1
0
+1
0
+1
0
+1
1
+1
0
+1
0

Leave a Reply