ମୁଖ୍ୟ ଖବର ହାତୀଦାନ୍ତ ଜବତ Angul OnlineMay 27, 2021May 27, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରୁ ବନବିଭାଗ ଏକ ହାତୀଦାନ୍ତ ଠାବ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟରେ ଥିବା ମିରିଗେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗତ ୨୪ ତାରିଖ ସୋମବାର ସନ୍ଧ୍ୟା ସମୟରେ କିଛି ବନ ବିଭାଗ କର୍ମୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଙ୍ଗଲ ନିକଟରେ ଥିବା ଏକ ପଡିଆରେ ସେମାନେ ଏକ ହାତୀ ଦାନ୍ତ ପଡିଥିବା ଦେଖିବାକୁ ପାଇଥିଲେ । ୱାଚର ଅଜୟ ପ୍ରଧାନ ଦାନ୍ତକୁ ଦେଖି ବନରକ୍ଷୀଙ୍କୁ ଦେଇଥିଲେ । ଉକ୍ତ ବନରକ୍ଷୀ ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ଜିମାରେ ଆଣି ସେଇ ହାତୀଦାନ୍ତକୁ ଦେଇଥିଲେ । ହାତୀ ଦାନ୍ତର ଲମ୍ବ ୫୦ ସେମି ହୋଇଥିବା ବେଳେ ଓଜନ ୩ କେଜି ୬ ଶହ ଗ୍ରାମ ଥିବା ଜଣାପଡିଛି । ହାତୀମାନେ ନିଜ ନିଜ ଭିତରେ ଲଢେଇ କରିବା ବେଳେ ହାତୀ ଦାନ୍ତ ଭାଙ୍ଗି ଏଭଳି ପଡିଥିବା ଅନୁମାନ କରା ଯାଉଛି । ତେବେ ପ୍ରକୃତରେ କିଭଳି ହାତୀ ଦାନ୍ତ ସେଠାରେ ପଡିଲା ସେ ନେଇ ତଦନ୍ତ କରା ଯାଉଥିବା ଏବଂ ତଦନ୍ତ ପରେ ଘଟଣାର ସ୍ପଷ୍ଟତା ହେବ ବୋଲି ରେଞ୍ଜର ମାଧବଚନ୍ଦ୍ର ନାଏକ କହିଛନ୍ତି । Advertisement
ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଛାତ୍ରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ…
ଜିଲ୍ଲାରେ ମାଟ୍ରିକ ପାସହାର ୯୮.୦୮ – ୨୧୭ ଜଣ ଛାତ୍ରଛାତ୍ରୀ ଫେଲ * ଅଧିକ ପୁଅ ମାରିଲେ ବାଜିମାତ * ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ * ଏ-୧ ଗ୍ରେଡ୍ ରେ ମୋଟ ୧୧୭ ଜଣ ପରୀକ୍ଷାର୍ଥୀ ଅନୁଗୁଳ –…
୨୨ କି.ମି.ର ଦୁଃଖ – ସରିବ କେବେ !! ଅନୁଗୁଳ – ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି…