ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ

ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ

ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀ ତଥା ପ୍ରକୃତିପ୍ରେମୀଙ୍କ  ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦନ ଚୌହାନ । ଚନ୍ଦନ ନାଲକୋ ସେଣ୍ଟ୍ରାଲ ମାର୍କେଟରେ ଏକ ଆକ୍ୱରିଅମ୍ ଦୋକାନ କରିଥିବା ବେଳେ ସାପ ଧରିବା , ଆଘାତପ୍ରାପ୍ତ ଗାଈଗୋରୁଙ୍କ ସେବା କରିବା ତଥା ପଶୁ ପକ୍ଷୀଙ୍କ ସେବା କରିବା ତାଙ୍କ ନିଶା ଥିଲା । ରାତିରେ ସେ କୌଣସି କାମ ସାରି ଜାତୀୟ ରାଜପଥ ୫୫ ରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଟ୍ରାଫିକ କ୍ଲିଅର କରିଥିଲା ।

What’s your Reaction?
+1
1
+1
0
+1
0
+1
0
+1
2
+1
0
+1
9

Leave a Reply