ଇଏସଆଇ ମେଡିକାଲ ଲୋକାର୍ପଣ

ଇଏସଆଇ ମେଡିକାଲ ଲୋକାର୍ପଣ

ଅନୁଗୁଳ – ଅନୁଗୋଳ ଜିଲ୍ଲା ବଳରାମପ୍ରସାଦରେ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ଡ଼ାକ୍ତରଖାନା ଉଦଘାଟନ ହୋଇ ଯାଇଛି । ଏହି ଡାକ୍ତରଖାନା ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଏହା ମୋଦି ସରକାରଙ୍କ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ରଜ ସଂକ୍ରାନ୍ତିର ଉପହାର ଦେଇଛନ୍ତି ବୋଲି କହିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଭାରତବର୍ଷରେ ଅନୁଗୁଳ ଓ ଝାରସୁଗୁଡ଼ା ଅନ୍ୟତମ ଅଞ୍ଚଳ । ଏଠାରେ ଜିନ୍ଦଲ, ଟାଟା, ନାଲକୋ ଭଳି ଶିଳ୍ପାନୁଷ୍ଠାନ ସମେତ ଅନେକ ପାୱାର ପ୍ଳାଣ୍ଟ ରହିଛି । ଜିଲ୍ଲାରେ ରେଳ ବିଭାଗର କାର୍ଯ୍ୟ ସହ ଲଜିଷ୍ଟିକ ଓ ଅନ୍ସିଲାରୀ ଇଣ୍ଡଷ୍ଟ୍ରିର କାମ ବଢ଼ୁଥିବାରୁ ଶ୍ରମିକ ମାନଙ୍କ ଚାହିଦା ବୃଦ୍ଧି ପାଉଛି । ସେହି ଦୃଷ୍ଟିରୁ ବଳରାମପ୍ରସାଦ ଠାରେ ପାଖାପାଖି ୫ ଏକର ପରିମିତ ଜମିରେ ୬୫ କୋଟି ବ୍ୟୟରେ ନର୍ମିତ ଭାରତ ସରକାରଙ୍କ ଇଏସଆଇ ହସ୍ପିଟାଲ ଶ୍ରମିକ ମାନଙ୍କୁ ଚିକିତ୍ସା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅନୁଗୁଳ ଭଳି ଅଗ୍ରଣୀ ଶିଳ୍ପାଂଚଳରେ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଓ କଲ୍ୟାଣକୁ ଗୁରୁତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ଇଏସଆଇ ଡ଼ାକ୍ତରଖାନା ଫଳରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରମିକ ଓ କର୍ମଚାରୀ ଉପକୃତ ହେବେ । କୋଭିଡ ମହାମାରୀ ସମୟରେ ଏହି ହସ୍ପିଟାଲ ଲୋକଙ୍କ ଜୀବନ ବଞ୍ଚାଇବା ସହ ସଞ୍ଜିବନୀର ବି କାମ ଦେଇଥିଲା । ଓଡ଼ିଶା ସମେତ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ସାମାଜିକ ସୁରକ୍ଷାରେ ଯୋଡ଼ିବା ସହ ଶ୍ରମିକଙ୍କ ଜୀବନକୁ ଦୃଢ଼ୀଭୂତ କରିବା ଦରକାର । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା, ଉଚିତ୍ ପାରିଶ୍ରମିକ ଦେବା ତଥା ଶ୍ରମିକଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଇଆସଆଇ,ସବୁ ସରକାରୀ ଓ ବେସରକାରୀ ଶିଳ୍ପ ସମୂହଙ୍କ ମିଳିତ ସହଯୋଗ ଆବଶ୍ୟକ । ସେମାନଙ୍କ ସ୍ୱାସ୍ଥ୍ୟ ବୀମୀ ଓ ଜୀବନ ବୀମା କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଏସଆଇ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପରିବାର ବର୍ଗ, ଦିବ୍ୟାଙ୍ଗଙ୍କୁ ପେନସନ ଦରମା ସ୍ୱରପ ଚେକ୍ ପ୍ରଦାନ କରିଥିଲେ । ବିଶେଷ ଭାବରେ କୋଭିଡ୍‌-୧୯ ରିଲିଫ ଅନ୍ତର୍ଗତ କରୋନାରେ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ପରିବାର ବର୍ଗ ତଥା ପିଙ୍କି ଦେହୁରୀ, ଶିବାନୀ ସାହୁ, ପ୍ରତିମା ସାହୁଙ୍କୁ ଆର୍ଥିକ ସହାୟତା, ପେନସନ ଦରମାର ପ୍ରଦାନ କରିଥିଲେ । ଏହାସହ ଦିବ୍ୟାଙ୍ଗ ମାନଙ୍କୁ ମଧ୍ୟ ପେନସନ ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ବେଳେ  କେନ୍ଦ୍ରମନ୍ତ୍ରୀ ରାମେଶ୍ୱର ଟେଲି , ରାଜ୍ୟ ଲେବର ଏଣ୍ଡ ଏମ୍ପ୍ଲଇଜ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ଢେଙ୍କାନାଳ ସାଂସଦ ମହେଶ ସାହୁ , ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଆଦି ମଧ୍ୟ ଉପସ୍ଥିତ ଥିଲେ ।

What’s your Reaction?
+1
1
+1
0
+1
0
+1
0
+1
5
+1
0
+1
0

Leave a Reply