ଅପରାଧ ଘର ତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର – ଘଟଣାରେ ଡିଆଇଜି ରଖିଲେ ପ୍ରତିକ୍ରିୟା Angul OnlineMay 28, 2024May 28, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ଘର ଆଗରୁ ଆଜି ସକାଳେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା l ରାଜନୈତିକ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ଆଣିଥିଲେ l ସେ ଛାତ ଉପରେ ଥିବା ବେଳେ କେହି ତାଙ୍କୁ ଠେଲି ଦେଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ସୂଚନା ଅନୁସାରେ ଦୁଇ ଦିନ ତଳେ ରାଜନୈତିକ କାରଣରୁ କିଛି ଅସାମାଜିକ ଯୁବକ ତାଙ୍କ ଘର ଉପରକୁ ରାତିରେ ପଥର ମାରିଥିଲେ । ଗତ କାଲି ଉକ୍ତ ଘଟଣାର ଆପୋଷ ସମାଧାନ ମଧ୍ୟ ହୋଇଥିଲା l ସମାଧାନ ପରେ ଆଜି ସକାଳେ ସନ୍ଦେହଜନକ ଅବସ୍ଥାରେ ବିଭୁତିଙ୍କ ମୃତ ଦେହ ଘର ସମୁଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ରାଜନୈତିକ ଶତ୍ରୁତାକୁ ନେଇ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ l ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ କରାଇଛି । ତେବେ ଏହି ଘଟଣାରେ ଡି ଆଇ ଜି ଉମା ଶଙ୍କର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଘଟଣାର ତଦନ୍ତ ଚାଲିଛି , ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି । ତେବେ ହତ୍ୟା ଘଟଣାକୁ ସେ ସଂପୂର୍ଣ୍ଣ ଅସ୍ଵୀକାର କରି ନଥିଲେ ମଧ୍ୟ ବିଭୁତି ସବୁଦିନ ଛାତ ଉପରେ ଶୋଉଥିବା ବେଳେ ଗତକାଲି ଛାତ ଉପରୁ ସେ ପଡି ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବୋଲି କହିଛନ୍ତି । ଅନ୍ୟପଟେ ବିଭୁତିଙ୍କ ପରିବାର ନିଜକୁ ଅସୁରକ୍ଷିତ ମାନେ କରୁଥିବା ବେଳେ ଗାଁରେ ପୁଲିସ ପେଟ୍ରୋଲିଂର ବ୍ୟବସ୍ଥା କରା ଯାଇଛି ବୋଲି ସେ କହିଛନ୍ତି । https://angulonline.com/wp-content/uploads/2024/05/WhatsApp-Video-2024-05-28-at-18.30.27.mp4 Advertisement
କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ…
୨ ଦୁର୍ଦାନ୍ତ ଅପରାଧୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲାର ୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳରେ କିଛି ଦିନ ହେବ ଟ୍ରକ୍…
ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ଅନୁଗୁଳ – ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ । କେତେବେଳେ ଫେସବୁକ୍ ହ୍ୟାକ୍…