ମୁଖ୍ୟ ଖବର ଦୁର୍ଘଟଣାରେ ଅବକାରୀ ବିଭାଗ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ Angul OnlineJune 19, 2023June 19, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିରବରପଲ୍ଲିଠାରେ ଏକ ସଡକ ଦୁର୍ଘଟଣାରେ ଅବକାରୀ ବିଭାଗର ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ମୃତ କର୍ମଚାରୀଙ୍କ ନାମ ମଧୁସୂଦନ ବେହେରା ହୋଇଥିବା ବେଳେ ସେ କିଛି ମାସ ହେବ ତାଳଚେର ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ଭାବେ ଯୋଗ ଦେଇଥିଲେ । ଆଜି ଅପରାହ୍ନରେ ସେ କୌଣସି କାମରେ ମୋଟରସାଇକେଲରେ ଯାଇଥିବା ବେଳେ ତାଙ୍କର ଏକ ଅଜଣା ମୋଟରସାଇକେଲ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇ ଥିବା ଅନ୍ୟ ମୋଟରସାଇକେଲ ଚାଳକ ନିଶାସକ୍ତ ଅଵସ୍ଥାରେ ମଧୁସୂଦନଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିବା ଜଣା ପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଅନୁଗୋଳ ଜିଲ୍ଲା ମୂଖ୍ୟ ଡାକ୍ତରଖାନାଙ୍କୁ ଓ ପରେ ମଧୁସୂଦନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଉଥିଲା । ତେବେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଛି । Advertisement
ଦୁଇ ମଟରସାଇକେଲକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ- ୪ ଗୁରୁତର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଠାରେ ରବିବାର ରାତି ୯ ଟା ବେଳେ ଏକ ସଡକ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…
ଭିଜିଲାନ୍ସ ଫାଶରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଅନୁଗୁଳ – ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଟୋକନ କରାଇଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ କୋ-ଅପରେଟିଭ ସୋସାଇଟି ସମ୍ପାଦକ ଧରା ପଡିଲେ…