ମୁଖ୍ୟ ଖବର ବାଣ ଭିଡୁଥିବା ବେଳେ ବିସ୍ଫୋରଣ- ଜଣେ ମୃତ ତିନିଜଣ ଗୁରୁତର Angul OnlineOctober 21, 2022October 21, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି I ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା । ସୂଚନା ଅନୁସାରେ ଆଗକୁ ଦୀପାବଳି ଥିବା ବେଳେ ଆଜି ସକାଳୁ ଘରେ ବାଣ ଭିଡୁଥିଲେ । ତେବେ କୌଣସି କାରଣ ବଶତଃ ହଠାତ୍ ବିସ୍ଫୋରଣ ଘଟିଥିଲା I ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା I ଆହତ ମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I ଖମାର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ବାଣ କାରଖାନା ଆଇନ୍ ସମ୍ମତ ଥିଲା ନା ବେଆଇନ ଭାବରେ ଚାଲିଥିଲା ତାହା ସନ୍ଦେହ ଘେରରେ ଅଛି । Advertisement
ଜି.ଏମ.ଡି.ସି.କୁ ନା – ଗାଁରେ ପ୍ରବେଶ ନିଷେଧ କଲେଣି ଲୋକେ ଅନୁଗୁଳ – ଘରେ ନ ପଶୁଣୁ ଚାଳ ବାଜିଲାଣି। କମ୍ପାନୀ ଆରମ୍ଭ ହେବା ତ ଦୂରର କଥା ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି ହେବା ପୂର୍ବରୁ ସବୁଠି…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ଦୁର୍ଘଟଣାରେ ସବରେଜିଷ୍ଟାର କିରାଣିଙ୍କ ମୃତ୍ୟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କଙ୍କରେଇ ନାଳ ନିକଟସ୍ଥ ବୁଲାଣିରେ ଗଛରେ ବାଡେଇ ହୋଇ ଛେଣ୍ଡିପଦା …