ମୁଖ୍ୟ ଖବର ଫିତା କାଟିବାକୁ ପ୍ରତିଯୋଗୀତା – ବିଧାୟକ ଓ ସାଂସଦ ମୁହାଁ ମୁହିଁ Angul OnlineJune 5, 2021June 5, 2021 ପାଳଲହଡା – ଅନେକ ଦିନ ଧରି ସାଂସଦ ଓ ବିଧାୟକଙ୍କ ଭିତରେ ଭିତରେ ଲାଗିଥିବା ଛକାପଞ୍ଝା ଏବେ ବିସ୍ଫୋରଣର ରୂପ ନେଇଛି । ଦୁଇ ଲୋକ ପ୍ରତିନିଧ୍ଧି ଶେଷରେ ସର୍ବ ସମ୍ମୁଖରେ ତୁତୁ ମେମେ ହୋଇଛନ୍ତି । ଏପରିକି ଉଭୟଙ୍କ ସମର୍ଥକ ମଧ୍ୟରେ ଉଚବାଚ ହୋଇଛି । ସୁଚନା ଅନୁସାରେ ଶନିବାର ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ସଦର ମହାକୁମା ଠାରେ କୋଭିଡ କେୟାର ସେଣ୍ଟର ପାଲଲହଡ଼ା ପ୍ରଶାସନ ପକ୍ଷରୁ ସକାଳ ୧୦.୩୦ ସମୟରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଏବଂ ସାଂସଦ ମହେଶ ସାହୁଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ମାତ୍ର ସାଂସଦ ଆସିବାରେ ସାମାନ୍ୟ ବିଳମ୍ବ ହେବାରୁ ବିଧାୟକ ଅପେକ୍ଷା ନକରି ଏହି କୋଭିଡ଼ କେୟାର ସେଣ୍ଟରକୁ ୧୦.୪୦ରେ ନିଜ ସମର୍ଥକ ତଥା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଉଦଘାଟନ କରି ଦେଇଥିଲେ । ତେବେ ଦିନ ୧୧ ଟା ସମୟରେ ସାଂସଦ ଶ୍ରୀ ସାହୁ ନିଜ ସମର୍ଥକଙ୍କ ସହିତ ପହଞ୍ଚି କୋଭିଡ଼ କେୟାର ସେଣ୍ଟର ଉଦଘାଟନ କାର୍ଯ୍ୟ ଶେଷ ହୋଇଥିବା ଜାଣି ଉତକ୍ଷିପ୍ତ ହୋଇଯାଇଥିଲେ । ସାଂସଦ ଶ୍ରୀ ସାହୁ ରାଗରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ବିଧାୟକ ମଧ୍ୟ ସାଂସଦଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ । ଯାହାଫଳରେ କିଛି ସମୟ ପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ପରେ ବିଧାୟକଙ୍କ ସମର୍ଥକ ସାଂସଦଙ୍କ ଏତାଦୃଶ ବ୍ୟବହାରକୁ ବିରୋଧ କରି ନାରାବାଜି କରିବା ସହିତ ହୋ ହଲ୍ଲା କରିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଉପସ୍ଥିତ ପ୍ରସାଶନିକ ଅଧିକାରୀ ଏବଂ ପୁଲିସ କେବଳ ଦେଖଣାହାରୀ ପାଲଟି ଯାଇଥିଲେ । ପରେ ସାଂସଦ ସେଠାରୁ ରାଗି ଚାଲିଯାଇଥିଲେ । ଏନେଇ ସାଂସଦ ମହେଶ ସାହୁଙ୍କ ମତାମତ ନେବାରୁ ଏହା ବିଧାୟକଙ୍କ ହୀନ ରାଜନୀତି । ଆମ ଦଳ ଭିତରର ରାଜନୀତିକୁ ଦେଖି ଏଠି ବିରୋଧି ଦଳ ଫାଇଦା ନେଉଛି । ଏହା ସହ ସେ ବିଧାୟକଙ୍କୁ କୌଣସି ଅସଭ୍ୟ ଭାଷା କହି ନାହାନ୍ତି । ଆଗତୁରା ଫିତା କାଟି କଣ ବାହାଦୁରି ହେଇଗଲା କି ମୁକେଶ ବାବୁ ବୋଲି ପଚାରିଥିଲି ବ୍ପୋଳି କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ମୁକେଶ ପାଲ୍ ସାଂସଦ ମହେଶ ସାହୁଙ୍କ ଏପରି ଅଶାଳୀନ ଭାଷାର ପ୍ରୟୋଗକୁ ଦୃଢ଼ ନିନ୍ଦା କରିବା ସହ ସାଂସଦ ସଦା ସର୍ବଦା ଦଳ ବିରୋଧୀ ଲୋକଙ୍କୁ ନେଇ ବୁଲୁଛନ୍ତି । ମୁଁ ଦିନ ରାତି ଏକା କରି ମୋ ଅଞ୍ଚଳବାସୀଙ୍କ କାର୍ଯ୍ୟ କରିଚାଲିଛି ବୋଲି କହିବା ସହ ସାଂସଦଙ୍କ ଏପରି ଅସଭ୍ୟ ବ୍ୟବହାରର ଜବାବ ପାଲଲହଡ଼ା ବାସୀ ଆଗାମୀ ଦିନରେ ନିଶ୍ଚୟ ଦେବେ ବୋଲି କହିଛନ୍ତି । ତେବେ ସାଂସଦଙ୍କୁ ଢେଙ୍କାନାଳ ପାର୍ଲ୍ୟାମେଣ୍ଟ କ୍ଷେତ୍ରରେ ବିଧାୟକ ମାନେ ଏକଘରିକିଆ କରୁଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଅନେକ ସ୍ଥାନରେ ସାଂସଦଙ୍କୁ ବିଧାୟକ କୋଣଠେସା କରିଥିବା ନଜିର ରହିଛି । ଯାହାକି ଦଳ ପାଇଁ ଆଦୌ ଶୁଭଂକର ନୁହେଁ ବୋଲି ଚର୍ଚ୍ଚା ଯୋଡ଼ା ଧରିଛି । Advertisement
ଚାକିରି ନାଁରେ ବାପ-ପୁଅ ଚଳାଇଥିଲେ ରାକେଟ – ଛାତ୍ରଛାତ୍ରୀଙ୍କୁ କରୁଥିଲେ ଟାର୍ଗେଟ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ କରିଥିବା ବାପ-ପୁଅଙ୍କ ଚେର ଲମ୍ବା ରହିଛି । ଏହି ରାକେଟରେ ବାପ-ପୁଅଙ୍କ ବ୍ୟତୀତ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି…
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…
ଚାକିରି ଦେବାକୁ ନାଲକୋ ଅମଙ୍ଗ – ଆରପିଡ଼ିଏସି ସ୍ଥଗିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦାରେ ହେବାକୁ ଥିବା ଉତ୍କଳ ଡି ଓ…