ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !!

ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !!

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ ପୁଲିସ ପକ୍ଷରୁ ଚଢାଉ କରା ଯାଇଛି । ଗତକାଲି ଅନୁଗୁଳ ସହର ପରେ ଆଜି ତାଳଚେର ସହରର ନକଲି ଜିନ୍ସ କାରବାର ହେଉଥିବା ଜାଣିପାରି ପୁଲିସ ଏକ ସୋରୁମ ଉପରେ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ପୁଲିସ୍‌ ଗିରଫ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ହାଟତୋଟାରେ ଥିବା ହିଙ୍ଗୁଳା ମାର୍କେଟ କମ୍ପ୍ଲେକ୍ସର ‘ମାଇଁ ଷ୍ଟାଇଲ’ କପଡ଼ା ଦୋକାନୀ ଦୀର୍ଘ ଦିନ ଧରି ନକଲି ସ୍ପାର୍କି ଜିନ୍ସ କାରବାର କରୁଥିଲେ । ଗତ କିଛିଦିନ ପୂର୍ବରୁ ସ୍ପାର୍କି ଜିନ୍ସ କମ୍ପାନୀର ଟିମ୍‌ ମ୍ୟାନେଜର ଯୁଗଳ କିଶୋର ଆହୁଜା ତାଳଚେର ଥାନାରେ ନକଲି ଜିନ୍ସ କାରବାର ହେବାକୁ ନେଇ ଅଭିଯୋଗ କରିଥି‌ଲେ । ଅଭିଯୋଗକୁ ଭିତ୍ତି କରି ତାଳଚେର ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିଥିଲେ । ଆଜି ପୁଲିସ୍‌ ତଦନ୍ତ ବେଳେ ‘ମାଇଁ ଷ୍ଟାଇଲ’ କପଡ଼ା ଦୋକାନୀ ନକଲି ସ୍ପାର୍କି ଜିନ୍ସ ବିକ୍ରି କରୁଥିବା ଜାଣିବାକୁ ପାଇଥିଲେ । ତାଳଚେର ଥାନା ଅଧିକାରୀଙ୍କ ନିଦ‌େର୍ଶ କ୍ରମେ ଏକ ଟିମ୍‌ ମାଇଁ ଷ୍ଟାଇଲ କପଡ଼ା ଦୋକାନୀର ମାଲିକ ବୁଲୁ ସାହୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗତକାଲି ଅନୁଗୁଳ ବଜାରର ଷ୍ଟାଇଲ ଏନ୍ଏକ୍ସ ନାମକ ଦୋକାନୀ ନକଲି ଜିନସ ବିକ୍ରି କରୁଥିବା ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍ ଏକ ମାମଲା ରୁଜୁକରି ଦୋକାନରେ ଚଢ଼ାଉ କରିଥିଲା । ଦୋକାନରୁ ସ୍ପାର୍କି କମ୍ପାନୀର ନକଲି ୧୫ଟି ପ୍ୟାଣ୍ଟକୁ ଜବତ କରାଯାଇଛି । ନକଲି ପୋଷାକ ବିକ୍ରି ଅଭିଯୋଗରେ ପୁଲିସ୍ ଦୋକାନ ମାଲିକ ଅନୀଶ କୁମାର ଝୁନଝୁନୱାଲାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ତେବେ ଏହି କମ୍ପାନୀର ନକଲି ଜିନସ ଅନେକ ଦୋକାନରେ ରହିଥିବା ଜଣା ପଡିଥିବା ବେଳେ ହାଟତୋଟାରେ ରହିଥିବା ଅନେକ କପଡ଼ା ଦୋକାନରେ ଏଭଳି ନକଲି ଜିନ୍ସ ବିକ୍ରି ହେଉଥିବାରୁ ଆଜି ସମସ୍ତ କପଡ଼ା ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡି ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply