ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା କୋର୍ଟ , ରେଜଷ୍ଟ୍ରି କାର୍ଯ୍ୟାଳୟ ଆଦିରେ ପୁରୁଣାଗଡ଼ ଅଞ୍ଚଳର ପତିତପାବନ ବେହେରା ନାମକ ଜଣେ ଯୁବକ ନିଜକୁ ଓକିଲର ପରିଚୟ ଦେଇ ଲୋକଙ୍କୁ ଠକି ସେମାନଙ୍କ କାଗଜପତ୍ର କାମ କରୁଥିଲେ । ତେବେ ଯୁବକ ଜଣକ ଓକିଲ ହୋଇ ନଥିବା କି ଓକିଲାତି ପାଠ ନ ପଢି ଦୈନଦୀନ ଲୋକଙ୍କୁ ଠକୁ ଥିବା ଓକିଲ ସଂଘ ସଭାପତିଙ୍କୁ ଖବର ମିଳିଥିଲା । ଏହା ଜାଣିବା ପରେ ସଭାପତି ଦିଲ୍ଲୀପ ସାହୁ ସେହି ଯୁବକ ଉପରେ ନଜର ରଖିଥିଲେ । ଆଉ ଆଜି ସବ ରେଜଷ୍ଟ୍ରି ଅଫିସରେ ଯୁବକ ଜଣଙ୍କ ଜଣେ ବ୍ୟକ୍ତିଙ୍କ କୋବଲା ବନାଉଥିବା ବେଳେ ଓକିଲ ସଂଘ କାବୁ କରି ନେଇଥିଲେ । ଯୁବକ ଜଣଙ୍କୁ କାବୁ କରି ଅନୁଗୁଳ ପୁଲିସର ଜିମା ଦିଆଯାଇ ଥିବା ବେଳେ ପୁଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।
What’s your Reaction?
+1
3
+1
+1
+1
1
+1
5
+1
+1
1