ନକଲି ପୁଲିସ ଏବଂ ସହଯୋଗୀ ଗିରଫ

ଅନୁଗୁଳ – ଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିବା ବେଳେ ଦୁଇ ନକଲି ପୁଲିସ ଗିରଫ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ରାସ୍ତାରେ ଗତକାଲି ସନ୍ଧ୍ୟାରେ ଦୁଇ ଜଣ ବ୍ୟକ୍ତି ବିଭିନ୍ନ ଗାଡି ଅଟକାଇ ଚାନ୍ଦା ସଂଗ୍ରହ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପୁଲିସ ପୋଷାକରେ ଆଉ ଅନ୍ୟଜଣେ ସାଧା ପୋଷାକରେ ଥାଇ ନିଜକୁ ପୁଲିସ କହି ଗାଡି ଅଟକାଉଥିଲେ । କିଏ ହେଲମେଟ ପିନ୍ଧି ନଥିବା , କିଛି ଗାଡିକୁ କାଗଜପତ୍ର ଜାଞ୍ଚ କରିବା ବାହାନାରେ ଉଭୟ ବ୍ୟକ୍ତି ଗାଡି ଚାଳକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ । ଉଭୟ ଏଭଳି କରୁଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲା । ସେମାନେ ଗତ କିଛିଦିନ ହେଲା ଏଭଳି କରୁଥିବା ଜଣା ପଡ଼ିଛି । ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଦ୍ୱୟଙ୍କ ମଧ୍ୟରୁ ଜଣେ କାଙ୍ଗୁଲା ଗାଁର ଆମର ସେଠି ଏବଂ ଅନ୍ୟ ଜଣଙ୍କ ଛେଳିଆପଡା ଗାଁର ଅରକ୍ଷିତ ନାଥ ।

Advertisement

Leave a Reply

Your email address will not be published. Required fields are marked *