ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର

ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ତାଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର କରାଯାଇ ସେଥିରେ ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ରଖା ଯାଇଛି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନାଁ ରେ ଆକାଉଣ୍ଟ ଖୋଲି ଏହି ଠକ ବଡ଼ ବଡ଼ ଅଧିକାରୀଙ୍କୁ ଟଙ୍କା ମାଗୁଥିବା ଜଣା ପଡିଛି । ଏହି ଠକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସରକାରୀ ଅଧିକାରୀ , କର୍ମଚାରୀଙ୍କୁ ଟଙ୍କା ମାଗୁଛି । ଏହା ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କ ହ୍ଵାଟସଆପ ଷ୍ଟାଟସରେ ଲୋକଙ୍କୁ ସଚେତନ କରାଇବା ସହ ପୁଲିସକୁ ଜଣାଇଥିବା ଜଣା ପଡିଛି ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ଥାଇ ଏକ ମୋବାଇଲ୍ ନମ୍ବରରେ ଏକ ହ୍ଵାଟସଆପ ଆକାଉଣ୍ଟ ଖୋଲାଯାଇଛି । ଏହି ନମ୍ବରରୁ ବିଭିନ୍ନ ଅଧିକାରୀଙ୍କ ପାଖକୁ ମେସେଜ୍ ପଠାଇ ଗିଫ୍ଟ ଭାଉଚର ଆଉ ଟଙ୍କା ମଗାଯାଉଛି । ଏହା ସାଇବର ଠକଙ୍କ କାମ ବୋଲି ଜଣା ପଡିଛି ଜିଲ୍ଲାପାଳ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲୋକଙ୍କୁ ସତର୍କ କରାଇବା ସହ ଠକେଇର ଶିକାର ନ ହେବାକୁ ପରାମର୍ଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *