ଆଞ୍ଚଳିକ ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର – ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇ Angul OnlineJuly 24, 2024July 24, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଷଣ୍ଢପାଳ ଠାରେ ତାଳଚେର ବିଧାୟକ ଖେଳ ପଡିଆକୁ ହଳ କରିଥିବା ନେଇ ବିଭିନ୍ନ ଖବର କାଗଜରେ ଅପପ୍ରଚାର କରାଯାଇଥିବା ନେଇ ବିଧାୟକଙ୍କ ଭାଇ ସିଦ୍ଧଶ୍ୱର ପ୍ରଧାନ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସିଦ୍ଧଶ୍ୱର ପ୍ରଧାନଙ୍କ କହିବା ଅନୁଯାୟୀ ପିତାଙ୍କ ନାମରେ କୁଦପାଳର ଖାତା ନଂ ୧୫ରେ ପ୍ରାୟ ୧୮ ଏକର ପରିମିତ ଜଗା ରହିଛି l ଗତ ୧୮-୦୭-୨୦୨୪ ରେ ଖାତାନଂ ୧୫ ରେ ଥିବା ପ୍ଲଟ ଗୁଡିକ ମୌଜା କୁଦାପାଳପଶି ପ୍ଲଟ ଉପରେ ୨ ବର୍ଷର ୧୫୦୦ ଶାଗୁଆନ ଗଛ କାଟି କ୍ରିକେଟ ଖେଳ ପଡିଆ କରିଥିବା ଖବର ପାଇ ପୁର୍ନବାର ସେହି ଜାଗାରେ ଗଛ ଲଗାଇବାକୁ ଗତ ୧୯-୦୭-୨୦୨୪ ରେ ଯାଇଥିଲୁ । ସେହି ସମୟରେ ଷଣ୍ଢପାଳ ମୌଜାର-ସିପୁନ ସାହୁ, ଏବଂ ଏକଦଶିଆ ସାହୁଙ୍କ ସମେତ ୧୦/୧୨ଜଣ ଯୁବ ସେଠାରେ ପହଂଚି ଲେବର ମାନେ ଗଛ ଲଗାଉଥିବା ବେଳେ ଗଣ୍ଡଗୋଳ କଲେ । ଏପରିକି ବାଡିଆ ପିଟା କରିବା ପାଇଁ ଧମକ ଚମକ ଦେଇଥିବା ବିଧାୟକଙ୍କ ଭାଇ ଅଭିଯୋଗ କରିଛନ୍ତି । ସିପୁନ ଓ ଏକଦଶିଆ ମିଶି ପାଖା ପାଖି ଦେଢ ଲକ୍ଷ ଟଙ୍କା(୧,୫୦,୦୦୦) କ୍ଷତି କରିଛନ୍ତି । ଏତଦ୍ ବ୍ୟତୀତ ତାଙ୍କ ଭାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନାମରେ ଗତ ୨୦-୦୭-୨୦୨୪ ରେ ସିପୁନ ଓ ଏକଦଶିଆ ଏକ ଅନଲାଇନ୍ ପ୍ଲାଟଫରମ ଏବଂ ବିଭିନ୍ନ ଖବର କାଗଜରେ ଅପପ୍ରଚାର ଚଳାଇଛନ୍ତି । ତାଳଚେର ବିଧାୟକ ସରକାରୀ ଜାଗାକୁ ଯୋରଜବରଦସ୍ତ ଅକ୍ତିଆର କରିଥିବା ମିଥ୍ୟା ସମ୍ବାଦକୁ ସୋସିଆଲ ମେଡିଆ ମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି । ଯଦ୍ବାରା ତାଳଚେର ଅଞ୍ଚଳର ବହୁ ଲୋକଙ୍କର ବିଭିନ୍ନ ପ୍ରକାରର ପ୍ରଶ୍ନର ସମ୍ମୁଖୀନ ହୋଇ ସିଦ୍ଧେଶ୍ୱର ପ୍ରଧାନ ଓ ତାଙ୍କ ପରିବାର ବର୍ଗ ମାନସିକ ଆଘାତ ପାଇଥିବା ନେଇ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l Advertisement
ଥାନା ସ୍ଥାନାନ୍ତରକୁ ନେଇ ପ୍ରତିବାଦ ସଭା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଧିନସ୍ଥ ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ସହ…
କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ଟେକ୍ସଟାଇଲ ତାଳଚେର – କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ତାଳଚେର ନୁଆଁ ବଜାରସ୍ଥିତ ଜଗନ୍ନାଥ ଟେକ୍ସଟାଇଲକୁ ଆଜି ପ୍ରଶାସନ ସିଲ୍ କରିଛି । ଏହି ଦୋକାନ କୋଭିଡ…
ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀନୀ କଲେ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପ-ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି (ସୋମବାର) ବିଜୁ ଜନତା ଦଳରେ…