ମୁଖ୍ୟ ଖବର ଭାଲୁ ଆକ୍ରମଣରେ ଚାଷୀ ମୃତ Angul OnlineNovember 29, 2022November 29, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ଥାନା ଇଲାକା ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ହେଲେ ୫୪ ବର୍ଷୀୟ ଜୟ ସାହୁ । ସୂଚନା ଅନୁସାରେ , ସୋମବାର ଅପରାହ୍ନ ସାଢେ ୩ଟା ବେଳେ ଜୟ ଘର ପାଖ ବିଲରେ କାମ କରୁଥିଲେ। ଏହି ସମୟରେ ବିଲ ପାଖକୁ ମାଙ୍କଡ଼ ପଲ ଆସିଥିଲେ । ଜୟ ମାଙ୍କଡ ଘଉଡାଉ ଥିବା ବେଳେ ବୁଦା ଆଢୁଆଳରେ ଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଚାଲି ଆସିଥିଲେ । ଫଳରେ ଭାଲୁଟି ପଳେଇ ଯାଇଥିଲା । ଗୁରୁତର ଅବସ୍ଥାରେ ଜୟଙ୍କୁ ଉଦ୍ଧାର କରା ଯାଇ ବନ କର୍ମଚାରୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନୁଗୁଳ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣା ପଡିଛି । Advertisement
ଗାଡିଆରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର…
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…
୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ମେଡ଼ିକାଲ କଲେଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ…