ଆଞ୍ଚଳିକ ବଜ୍ରପାତରେ ଚାଷୀ ମୃତ Angul OnlineJune 29, 2022June 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଚାକୁଣ୍ଡାମୁଣ୍ଡା ସାହିର ୪୨ ବର୍ଷୀୟ ଚନ୍ଦନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାକୁଣ୍ଡାମୁଣ୍ଡା ସାହିର ଚନ୍ଦନ ସାହୁ ବୁଧବାର ଅପରାହ୍ନରେ ନିଜ ଘର ଠାରୁ ୧୦୦ ମିଟରେ ଦୂରରେ ଥିବା ବିଲକୁ ଘାସ ମରା ଔଷଧ ମାରିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ସେ ବିଲରେ ହଠାତ ବେହୋଶ ହୋଇ ପଡିଯାଇଥିଲେ । ଏହା ଦେଖି ପାଖ ବିଲରେ କାର୍ଯ୍ୟକରୁଥିବା ଚାଷୀମାନେ ପରିବାର ଲୋକଙ୍କୁ ଖବର ଦେବା ସହିତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ମାଗଣା ହୃଦରୋଗ ପରୀକ୍ଷା ତାଳଚେର – ତାଳଚେର ରୋଟାରି କ୍ଳବ ଓ ଆପୋଲୋ ହସ୍ପିଟାଲ ଆନୁକୂଲ୍ୟରେ ଆଇ ଟି ଆଇ ଛକ ସ୍ଥିତ ତାଳଚେର ଟ୍ରକ ମାଲିକ ସଙ୍ଘ ଠାରେ ଏକ…
୬୬ ୟୁନିଟ ରକ୍ତ ସଂଗୃହିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ଵରେ କରୋନା ମହାମାରୀ ସମୟରେ ବିଜୁ ଯୁବ ଜନତା…
ରାସ୍ତାରେ ଗାଡି ପାର୍କିଂକଲେ – ଅଭିଯୋଗ କରିବାରୁ ଦମ୍ପତ୍ତିଙ୍କୁ ମାଡ ଅଭିଯୋଗ ଅନୁଗୁଳ – ରାସ୍ତାରେ ଗାଡି ରଖି ରାସ୍ତା ଛାଡିଲେ ନାହିଁ , ଯିବା ଆସିବା କରିବାରେ ଅସୁବିଧା ହେବା ପରେ ଦୋକାନୀଙ୍କୁ କହିବାରୁ ଦମ୍ପତ୍ତିଙ୍କୁ ମାଡ ମାରିଲେ…