ରାଜନୀତି ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ – ୨୬ ରେ ଫଳାଫଳ Angul OnlineMarch 24, 2022March 24, 2022 ଅନୁଗୁଳ – ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସହରୀ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ହୋଇଛି । ଅନୁଗୁଳ ଜିଲ୍ଲାରେ ଆଜି ଦୁଇଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ବୁଥରୁ ପୁଲିଙ୍ଗ ପାର୍ଟି ଫେରି ନିର୍ଦ୍ଧାରିତ ସ୍ଥାନକୁ ଆସିଛନ୍ତି । ଅନୁଗୁଳ ପୌରପାଳିକାର ସରକାରୀ ମହାବିଦ୍ୟାଳୟରେ ଇଭିଏମ ରଖିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଥିବାରୁ ସେଠାକୁ ସବୁ ଇଭିଏମ ସୁରକ୍ଷିତ ଭାବେ ଅଣା ଯାଇଛି । ସେହିପରି ତାଳଚେର ପୌରପରିଷଦ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭାଘରେ ଇଭିଏମ ରଖାଯିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ସେଠାରେ ସମସ୍ତ ପୁଲିଙ୍ଗ ପାର୍ଟି ପହଞ୍ଚି ନିଜ ନିଜ ଦାୟିତ୍ୱରେ ଥିବା ଇଭିଏମ ଗୁଡିକୁ ଜମା ଦେଇଛନ୍ତି । ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଠମଲ୍ଲିକ କଲେଜ ଭିତରେ ଇଭିଏମ ରଖାଯିବା ଓ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ କୌଣସି ସ୍ଥାନରେ କିଛି ଅପ୍ରୀତିକର ସ୍ଥିତି ଉପୁଜି ନାହିଁ । ଜିଲ୍ଲାର ଅନୁଗୁଳରେ ଶତକଡା ୬୪.୩୨, ଆଠମଲ୍ଲିକରେ ଶତକଡା ୮୦.୫୫ ଏବଂ ତାଳଚେରରେ ଶତକଡା ୭୩.୬୮ ଭାଗ ମତ୍ତଦାନ ହୋଇଥିବା ଜଣା ପଡ଼ିଛି । Advertisement
ସରପଞ୍ଚ ହରାଇଲେ ପଦ – ସମସ୍ତ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୁଶକିଳା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ସାହୁ ଅନାସ୍ଥା ଭୋଟ୍ ପରେ ନିଜ ପଦ ହରାଇଛନ୍ତି ।…
ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ…
ବିଜେପିର ମଣ୍ଡଳ ସଭାପତି ତାଲିକା ହେଲା ଘୋଷଣା , କିଏ ହେବ ଜିଲ୍ଲା ସଭାପତି ? ଅନୁଗୁଳ – ବିଜେପିର ସଂଗଠନ ପର୍ବରେ ଅନୁଗୁଳ ଜିଲ୍ଲାର ୩୧ ଟି ମଣ୍ଡଳରୁ ୨୭ ଟି ମଣ୍ଡଳର ସଭାପତି ନିର୍ବାଚିତ ହୋଇଥିବା ନେଇ ରାଜ୍ୟ ବିଜେପିର ନିର୍ବାଚନ…