ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ ,  ବାପା-ପୁଅ ଗିରଫ

ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ , ବାପା-ପୁଅ ଗିରଫ

ଅନୁଗୁଳ – ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି ତାଳଚେର କୋଲିଆରି ପୁଲିସ ସୂଚନା ଅନୁସାରେ ଅନୁଗୁଳ ବେଣାଗାଡିଆ ଗାଁର ପ୍ରାଣବନ୍ଧୁ ଜେନା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ , ପ୍ରାୟ ୨ ବର୍ଷ ୧୦ ମାସ ପୂର୍ବରୁ (୦୭.୦୪.୨୦୧୮ ଏବଂ ୧୩.୦୪.୨୦୧୮ ରେ) ଅନୁଗୁଳ ଶିମିଳିପଡାର ଘନଶ୍ୟାମ ମିଶ୍ର ନାମକ ଜଣେ ବ୍ୟକ୍ତି ପ୍ରାଣବନ୍ଧୁଙ୍କ ପୁଅକୁ ଜାମସେଦପୁରର ଟାଟା ଇଣ୍ଡଷ୍ଟ୍ରିରେ ନିୟୋଜିତ କରିବାର ପ୍ରତିଶ୍ରୁତି ଦେଇ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ ହେଲେ ଏତେ ଦିନ ବିତି ଗଲା ପରେ ମଧ୍ୟ ଘନଶ୍ୟାମ ମିଶ୍ର ତାଙ୍କ ପୁଅକୁ ଟାଟା ଇଣ୍ଡଷ୍ଟ୍ରିଜରେ ଚାକିରିରେ ନିୟୋଜିତ କରିବାରେ ବିଫଳ ହୋଇଥିଲେ ଟଙ୍କା ନେବା ସମୟରେ ଉକ୍ତ ଘନଶ୍ୟାମ ମିଶ୍ର ଚାକିରି କରାଇ ନ ପାରିଲେ ବିନା ସୁଧରେ ସଂପୂର୍ଣ୍ଣ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲେ

ଆଉ ୨ ବର୍ଷ ପରେ ମଧ୍ୟ ଚାକିରି କରାଇ ନ ପାରିବାରୁ ପ୍ରାଣବନ୍ଧୁ ଯେତେବେଳେ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ, ଘନଶ୍ୟାମ ମିଶ୍ର ୨୦୨୦ ମସିହା ନଭେମ୍ବର ୩ ତାରିଖରେ ୪୦ ହଜାର ଟଙ୍କା , ଡିସେମ୍ବର ୫ ତାରିଖରେ ୨୦ ହଜାର , ୨୧ ମସିହା ଜାନୁଆରୀ ୧୩ ତାରିଖରେ ୨୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରାଇଥିଲେ ତେବେ ବାକି ଟଙ୍କା ଆଉ ଫେରାଉ ନଥିଲେ । ଫଳରେ ପ୍ରାଣବନ୍ଧୁଙ୍କ ପୁଅ ରାଜେଶ କୁମାର ଜେନା ଓ ପତ୍ନୀ ଡଲିରାଣୀ ଜେନା , ଅବଶିଷ୍ଟ ଟଙ୍କା ଫେରସ୍ତ କରିବାକୁ ଶିମିଳିପଡାର ମିଲନଭିଲ୍ଲାରେ ରହୁଥିବା ଘନଶ୍ୟାମ ମିଶ୍ରଙ୍କ ବାସଭବନକୁ ଯାଇଥିଲେ ତେବେ ଟଙ୍କା ଫେରସ୍ତ କରିବାକୁ କହିବାରୁ ଘନଶ୍ୟାମ ମିଶ୍ର ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଧମକ ଚମକ ଦେଇ ଏକ କାଠ ପଟା ଧରି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ ଫଳରେ ସେମାନେ ଭୟରେ ସେଠାରୁ ପଳାଇ ଆସିଥିଲେ ଏବଂ ପରେ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଏହି ଠକେଇ ଘଟଣାରେ ବାପା ଘନଶ୍ୟାମ ମିଶ୍ର ଏବଂ ପୁଅ ଶୋଭନ ମିଶ୍ରଙ୍କୁ ଗିରଫ କରିଥିଲା ଆଉ ତଦନ୍ତ ବେଳେ ବାପ-ପୁଅ ଏଭଳି ଏକ ଠକେଇ ରାକେଟ ଚଳାଇଥିବା ଜାଣିବାକୁ ପାଇଛି ପୁଲିସ ପୁଲିସ କହିବା ଅନୁଯାୟୀ ଅନୁସନ୍ଧାନ ବେଳେ ଏହି ବାପ-ପୁଅ ୨୦୧୮ ମସିହାରୁ ଆଜିଯାଏ ପ୍ରାୟ ୧୦୦୦ ଛାତ୍ରଙ୍କୁ ଏଭଳି ଠକେଇ କରିଛନ୍ତି ଅଭିଯୁକ୍ତମାନେ ପ୍ରତ୍ୟେକ ଛାତ୍ରଙ୍କଠାରୁ ୨ ରୁ ୩ ଲକ୍ଷ ଟଙ୍କା ନକଲ କରିଛନ୍ତି ବିହାର, ଝାଡ଼ଖଣ୍ଡ, ଏମ୍.ପି, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଛାତ୍ରଛାତ୍ରୀଙ୍କୁ ଚାକିରିର ପ୍ରଲୋଭନ ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣା ପଡିଛି ଅଭିଯୁକ୍ତ ବ୍ୟକ୍ତି ଯଥା ଘନଶ୍ୟାମ ମିଶ୍ର ଏବଂ ଶୋଭନ ମିଶ୍ରଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply