ରାଜନୀତି କାଉନସିଲର ପଦବୀ ପାଇଁ ବାପା – ପୁଅ ଲଢେଇ Angul OnlineMarch 9, 2022March 10, 2022 ଅନୁଗୁଳ – ଚଳିତ ପୌର ନିର୍ବାଚନରେ ଅନୁଗୁଳ ପୌରପାଳିକା ରାଜନୀତି ଜଟିଳ ହୋଇ ପଡିଛି । ଦଳ ଡିଆଁ ସାଙ୍ଗଙ୍କୁ କିଏ କେଉଁ ୱାର୍ଡରୁ ଲଢିବ , କିଏ ପୌରାଧ୍ୟକ୍ଷ ଟିକେଟ ହାତେଇବ , ଏଥିପାଇଁ ବହୁ ବାଦବିବାଦ ଲାଗି ରହିଥିଲା । ତେବେ ନାମାଙ୍କନ ପତ୍ର ଦାଖଲ ପରେ ଆଉ ଏକ ଜଟିଳ ପରିସ୍ଥିତି ସାମନାକୁ ଆସିଛି । ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡରେ କାଉନସିଲର ପାଇଁ ବାପା, ପୁଅ ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ବାପା ବିରୁଦ୍ଧରେ ପୁଅ ଛିଡା ହୋଇଛି । ରାଜନୀତିର ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୫ ନମ୍ବର ୱାର୍ଡ କାଉନସିଲର ପାଇଁ ବାପା ଭୀମସେନ ମାଣ୍ଡୋଠିଆ ବିଜେପି ଟିକେଟରୁ ନିର୍ବାଚନ ଲଢୁଥିବା ବେଳେ ପୁଅ ରଣଜିତ୍ ମାଣ୍ଡୋଠିଆ ବିଜେଡି ଟିକେଟରୁ ମଇଦାନକୁ ଓହ୍ଳାଇଛନ୍ତି । ନିଜ ଉପରେ ବିଶ୍ୱାସ ରଖିବା ସହ ନିର୍ବଚାନରେ ଉଭୟ ବାପା, ପୁଅ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଭୀମସେନ ପୂର୍ବରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ଏଥର ଉଭୟ ବାପା ଏବଂ ପୁଅ ବିଜେଡି ଟିକେଟ୍ ପାଇଁ ଲବି କରୁଥିଲେ । ଶେଷ ମୂହୁର୍ତ୍ତରେ ଦଳ ପୁଅ ରଣଜିତଙ୍କୁ ଟିକେଟ ଦେବାକୁ ସ୍ଥିର କରିବାରୁ ଭୀମସେନ ବିଜେପିରେ ଯୋଗଦେଇଥିଲେ । ଏବେ ବାପା, ପୁଅଙ୍କ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ବିରୋଧରେ ଅପପ୍ରଚାର ନ କରି ନିର୍ବାଚନ ମଇଦାନରେ ପରାସ୍ତ କରିବାକୁ ରଣଜିତ୍ ଲକ୍ଷ ରଖିଛନ୍ତି । Advertisement
ସରପଞ୍ଚ ଉପ ନିର୍ବାଚନରେ ଜ୍ୟୋତିରଞ୍ଜନ ଓ ଝରଣା ବିଜୟୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି (ଶୁକ୍ରବାର ) ଦୁଇଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଉପ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଗୋଟିଏରେ…
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା…