ମୁଖ୍ୟ ଖବର ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ Angul OnlineApril 22, 2021April 22, 2021 ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ଛେଣ୍ଡିପଦା ଥାନା ହରିବେରେଣୀ ଗାଁ ବଳରାମ ପ୍ରଧାନ ଓ ତାଙ୍କ ବାପା ଅର୍କ୍ଷିତ ପ୍ରଧାନ । ସୂଚନା ଅନୁସାରେ ଦୁଇଜଣ ମୋଟରସାଇକେଲ ଆରୋହି ଜାତୀୟ ରାଜପଥ ୫୫ ରେ ବାମୂର ଗାଁ ବଳରାମଙ୍କ ଶ୍ଵଶୁର ଘରୁ ଛେଣ୍ଡିପଦା ଘରକୁ ଫେରୁଥିଲେ । ତେବେ ପ୍ରତାପପୁରଠାରେ ପଛରୁ ଦ୍ରୁତ ଗତିରେ ଏକ ଗାଡି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ମୋଟରସାଇକେଲ ସାଇଲେସନ୍ସର ବଦଳାଇ ଗଣିଲେ ତଣ୍ଡ ପୂଜା ପୂର୍ବରୁ ଆକ୍ସନ ମୁଡରେ ଅନୁଗୁଳ ପୁଲିସ । ଜିଲ୍ଲାର ବିଭିନ୍ନ ସହରରେ ଫ୍ଲାଗ ମାର୍ଚ୍ଚ । ବେଆଇନ ବାଣ କାରଖାନା ଉପରେ ଚଢ଼ାଉ । ଅନୁଗୁଳ…
ସୁନ୍ଦରଗଡ ଗଣହତ୍ୟା ଅଭିଯୁକ୍ତ ଅନୁଗୁଳରୁ ଗିରଫ ଅନୁଗୁଳ – ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ସୁନ୍ଦରଗଡ଼ କରମଡ଼ିହିର ଯାଯାବର ବସ୍ତିର ଘଟଣା । କେଇ ମିନିଟ୍ ମଧ୍ଯରେ ଗଡି ଯାଇଥିଲା ୫ ମୁଣ୍ଡ…
ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ୨୦୨୦ ମସିହାରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ…