ମୁଖ୍ୟ ଖବର ଝିଅ ବାହାଘର ଦିନ ରେଳ ଧାରଣାରୁ ବାପାଙ୍କ ମୃତଦେହ ଉଦ୍ଧାର Angul OnlineMay 3, 2022May 6, 2022 ଅନୁଗୁଳ – ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ । ସୂଚନା ଅନୁସାରେ ଆଜି ସକାଳୁ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଗାଁର ସୁରଥ ବେହେରାଙ୍କ ମୃତଦେହ ମିଳିଥିଲା । ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ ଆଜି ସୁରଥଙ୍କ ଝିଅର ବାହାଘର ଥିଲା । ମାତ୍ର ବାହାଘର କିଛିଘଣ୍ଟା ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି । Advertisement
ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ ଅନୁଗୋଳ – ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୁଲିସ । ଅନେକ ଦିନ ହେଲା ଏକ ଭଡା ଘରେ…
୨୦୨୬ ପୂର୍ବରୁ ଚାଲିପାରିବନି ତାଳଚେର ମେଡିକାଲ କଲେଜ !! ଅନୁଗୁଳ – ତାଳଚେର ମେଡିକାଲ କଲେଜ ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ । ବିଧାନସଭାରେ ରାଜ୍ୟ ସରକାର ଏକଥା କହିଛନ୍ତି । ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା…
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…