କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହେଲେଣି । ଗତ ୨୧ ତାରିଖରେ ମାଧପୁର ରେଞ୍ଜ କନ୍ଧପଡ଼ା ଗ୍ରାମରେ ତିନି ଭାଲୁ ଆକ୍ରମଣରେ ହରମୋହନ ସାହୁ ନାମକ ଜଣେ ବ୍ଯକ୍ତି ଗୁରୁତର ହୋଇଛନ୍ତି । ହରମୋହନ ସକାଳୁ ତାଙ୍କ ବିଲକୁ ଧାନ ଫସଲ ଦେଖିବାକୁ ଯାଉଥିଲେ । ହରମୋହନ ଗାଁ ମୁଣ୍ଡରେ ଥିବା ସମୟରେ ୩ଟି ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ସେହିଭଳି କିଶୋରନଗର ବ୍ଲକ ବଣିଆ ଦୋହଲି ଗାଁରେ ଗତ ଅଗଷ୍ଟ ୫ ତାରିଖରେ ଭାଲୁ ଆକ୍ରମଣରେ ସେହି ଗାଁର ପଦ୍ମିନୀ ପ୍ରଧାନ ନାମକ ଜଣେ ବୃଦ୍ଧା ଗୁରତର ହୋଇଥିଲେ । ଗତ ଦୁଇ ଦିନ ତଳେ ମଧ୍ଯ ବଣିଆଦୋହଲି ଗାଁରେ ଭାଲୁ ଆକ୍ରମଣ କରିଥିଲା । ପିଢ ପୁଜା ପାଇଁ ଯାଉଥିବା ବେଳେ ଗାଁର ମୋତିଲାଲ ପ୍ରଧାନ ଓ ସୁବଳ ନାୟକଙ୍କୁ ଭାଲୁ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଏହିଭଳି ଭାଲୁ ବାରମ୍ବାର ଆକ୍ରମଣ କରିବା ଫଳରେ ଏବେ ଅଞ୍ଚଳବାସୀ ଭୟଭିତ ଅଛନ୍ତି । ବନ ବିଭାଗକୁ ଅଭିଯୋଗ କଲେ କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।
What’s your Reaction?
+1
+1
+1
+1
+1
+1
+1
1