ଆଞ୍ଚଳିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ ଯାଇଛି । ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକା ଓ ଅନୁଗୁଳ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ରୁ A1 Grade ରେ ଉତ୍ତୀର୍ଣ୍ଣ ହୋଇଥିବା ୮୬ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ପୁରଷ୍କୃତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀମତୀ ବବିତା ପ୍ରଧାନ , ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ , ସାଂସଦଙ୍କ ଜିଲ୍ଲା ପ୍ରତିନିଧୀ ( ଯୁବ ଓ ଛାତ୍ର ବ୍ୟାପାର ) ଦିନେଶ ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନ କରିବା ସହିତ ଶୁଭେଛା ଜଣାଇଥିଲେ । Advertisement
ଅଗ୍ନିକାଣ୍ତରେ ଜଳି ଗଲା ୧୦ ପାଳ ଗଦା ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଖଳାମାଳ ସାହିରେ ଅଗ୍ନିକାଣ୍ତ ଘଟି ୧୦ରୁ ଉର୍ଦ୍ଧ୍ବ ପାଳଭାଡି ଜଳି ଯାଇଛି । ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି…
ନାଲକୋ ଘରୋଇକରଣକୁ ବିରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର…
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…