ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଚନ୍ଦନ ଯାତ୍ରାରେ ଯୁବକଙ୍କ ଉନ୍ମତ କାଣ୍ଡ l ଯୁବକଙ୍କ ମାଡ଼ରେ ଛେଣ୍ଡିପଦା ଥାନା ମହିଳା ପୁଲିସ ଏସଆଇ ଶୁଭଲଷ୍ମୀ ସିଂ ଗୁରୁତର l ଏ ନେଇ ପୁଲିସ ଉକ୍ତ ଯୁବକକୁ କାବୁ କରିବା ସହିତ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଯୁବକ ଜଣଙ୍କ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଈଗୋଲା ଥାନା ଖଇରିପାଲି ଗାଁର ବାଟୁ ଗର୍ତ୍ତିଆ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଛେଣ୍ଡିପଦାରେ ଚନ୍ଦନ ଯାତ୍ରା ଚାଲୁଥିବା ବେଳେ ଖଇରପାଲି ଗାଁର ବାଟୁ ଗର୍ତ୍ତିଆ ମନ୍ଦିର ବେଢାରେ ମଦ୍ୟପାନ କରି ଉତ୍ପାତ କରୁଥିବା ବେଳେ ମହିଳାଙ୍କ ପିଛା କରିଥିଲେ l ସେଠାରେ ଡ୍ୟୁଟିରେ ଥିବା ଏସଆଇ ଶୁଭ ଲଷ୍ମୀ ସିଂ ବାରଣ କରିବାରୁ ଯୁବକ ଜଣଙ୍କ ଦୁର୍ବ୍ୟବହାର କରିବା ସହିତ ପିନ୍ଧିଥିବା ବଳାରେ ମହିଳା ପୁଲିସଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ l ଫଳରେ ଯୁବକଙ୍କ ମାଡ଼ରେ ମହିଳା ପୁଲିସଙ୍କ ମୁଣ୍ଡ ଫାଟି ତଳେ ପଡି ଯାଇଥିଲେ l ସାଥି ପୁଲିସ କର୍ମୀ ମହିଳା ଏସଆଇଙ୍କୁ ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଏହା ଦେଖି ମାଡ଼ ମାରିଥିବା ଯୁବକଙ୍କୁ ପୁଲିସ କାବୁ କରିବା ସହିତ ଥାନାରେ ଅଟକ ରଖିଥିଲା l ଏ ନେଇ ମହିଳା ଏସଆଇ ଚିକିତ୍ସିତ ହୋଇ ଆଜି ମଧ୍ୟାହ୍ନରେ ଫେରିବା ପରେ ଛେଣ୍ଡିପଦା ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୋଲିସ ଥାନା କେସ ନଂ ୨୪୦/୨୫ରେ ମାମଲା ରୁଜୁ କରିବା ସହିତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l