ତାଳଚେର – କୋଭିଡ ନିୟମ ଉଲ୍ଲଙ୍ଘନ କରି ବିବାହ ଉତ୍ସବ ପାଳନ କରିବା ପଡିଛି ମହଙ୍ଗା । ନିୟମ ଠାରୁ ଅଧିକ ସଂଖ୍ଯାରେ ଲୋକ ଜମା ହୋଇଥିବା ଯୋଗୁଁ କନ୍ୟାଘରକୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତବିହାର କଲୋନୀର ରବି ଦାସଙ୍କ ଝିଅ ବାହାଘର ଚିଲିକା କଳାକେନ୍ଦ୍ର ଠାରେ ଥିଲା । ତେବେ ଏହି ବାହାଘର ଉତ୍ସବରେ କୋଭିଡ୍ ନିୟମ ଉଲଂଘନ ହେଉଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା । ସେଠାରେ ନିୟମ ଠାରୁ ଅଧିକ ଲୋକ ଯୋଗ ଦେଇଥିବା ଯୋଗୁଁ କୋଲିୟରୀ ପୁଲିସ ତାଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ସେମାନଙ୍କୁ ତାଗିଦ କିଆରା ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
What’s your Reaction?
+1
+1
+1
+1
+1
+1
+1