ବଣଭୋଜି ପଡିଲା ମହଙ୍ଗା – ଗଣିଲେ ଜୋରିମନା

ବଣଭୋଜି ପଡିଲା ମହଙ୍ଗା – ଗଣିଲେ ଜୋରିମନା

ଅନୁଗୁଳ – ରାଜ୍ୟ ତଥା ଅନୁଗୁଳ ଜିଲ୍ଲାରେ ପୁଣି କୋଭିଡ ପୋଜିଟିଭଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରା ଯାଇଛି । ଏହି କଟକଣାରେ କୌଣସି ସ୍ଥାନରେ ଭୋଜି କରିବାକୁ ବାରଣ କରା ଯାଇଛି । ତେବେ ଏହି କୋଭିଡ ନିୟମ ଉଲ୍ଲଙ୍ଘନ କରି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଳକର ଦ୍ଵିତୀୟ ଚିଲିକା କୁହା ଯାଉଥିବା ଅଞ୍ଚଳରେ ଭୋଜି କରିବା ମହଙ୍ଗା ପଡିଛି । କିଛି ଗୋଷ୍ଠୀ ସେଠାରେ ଭୋଜି କରୁଥିବା ବେଳେ ପାଲଲହଡା ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କ ନେତୃତ୍ବରେ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଏବଂ ପୁଲିସ ପ୍ରଶାସନର ଏକ ମିଳିତ ଦଳ ଶ୍ରୀରାମପୁର ଠାରୁ ଦ୍ଵିତୀୟ ଚିଲିକାରେ ଚଢାଉ କରିଥିଲେ । ଚଢାଉ ବେଳେ ସେଠାରେ ତିନିଟି ଦଳ ଭୋଜି କରୁଥିବା ଦେଖାଯାଇଥିଲା । କୋଭିଡ ନିୟମ ଉଲ୍ଲଙ୍ଘନ କରି ଭୋଜି କରୁଥିବା ଯୋଗୁଁ ଏହି ତିନି ଦଳଙ୍କଠାରୁ ୧୭ ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସହ ରନ୍ଧାରନ୍ଧି କାର୍ଯ୍ୟ ବନ୍ଦ କରାଯାଇଥିଲା ।

 

What’s your Reaction?
+1
3
+1
0
+1
0
+1
0
+1
12
+1
1
+1
1

Leave a Reply