ଅନୁଗୁଳ – ଅନୁଗୁଳ ବଜାର ଛକ ସ୍ଥିତ ଏକ ଡ୍ରେସ ଶୋ ରୁମରେ ଅଗ୍ନିକାଣ୍ଡ । ଏହା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇ ଯାଇଥିବାବେଳେ ଅନୁଗୁଳ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨ଟା ସୋରୁମରେ ଧୂଆଁ ବାହାରୁ ଥିବା ଦେଖି ଶୋରୁମରେ ଥିବା କର୍ମଚାରୀ ମାନେ ଭୟରେ ବାହାରକୁ ଚାଲି ଆସିଥିଲେ । ପରେ ଏ ନେଇ ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦୀର୍ଘ ସମୟର ଚେଷ୍ଟା ପରେ ଶେଷରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ।
ପୋଷାକ ଦୋକାନରେ ଅଗ୍ନିକାଣ୍ଡ
