ମୁଖ୍ୟ ଖବର ଜୋତା ଦୋକାନରେ ଅଗ୍ନୀକାଣ୍ଡ – ଲକ୍ଷାଧିକ ଟଙ୍କା ମୁଲ୍ଯର ସମ୍ପତ୍ତି ପୋଡି ନଷ୍ଟ Angul OnlineDecember 6, 2023December 6, 2023 ଅନୁଗୁଳ – ଅନୁଗୁଳ ସହର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଜୋତା ଦୋକାନରେ ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଦି ନଷ୍ଟ ହୋଇ ଯାଇଛି । ବିଦ୍ଯୁତ ସର୍ଟ ସର୍କିଟରୁ ଏଭଳି ଅଗ୍ନୀକାଣ୍ଡ ହୋଇଥିବା ଜଣା ପଡିଛି । ସୁଚନା ଅନୁସାରେ ପୁରୁଣା ବସଷ୍ଟାଣ୍ଡର ରାଜା ମୁର୍ତ୍ତି ନିକଟରେ ସୁନିଲ କୁମାର ମିଶ୍ର ନାମକ ଜଣେ ବ୍ଯକ୍ତିଙ୍କର ସୁଭଲକ୍ଷ୍ମୀ ସୁଜ ନାମକ ଏକ ଜୋତା ଦୋକାନ ରହିଛି । ସବୁଦିନ ଭଳି ଗତକାଲି ମଧ୍ଯ ସୁନିଲ ରାତି ପ୍ରାୟ ୧୦ ଟା ବେଳେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ଦୋକାନ ଭିତରୁ ଧୁଆଁ ବାହରୁଥିବା ଦେଖି ସ୍ଥାନୀୟ ଲୋକ ସୁନିଲଙ୍କୁ ଫୋନ କରିଥିଲେ । ସୁନିଲ ଆସି ପହଞ୍ଚିବା ବେଳକୁ ନିଆଁ ଭିଷଣ ରୁପ ନେଇ ସାରିଥିଲା । ଖବର ପାଇ ଅନୁଗୁଳ ଅଗ୍ନୀଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା । ସେତେବେଳକୁ ଦୋକାନରେ ଥିବା ସମସ୍ତ ଜିନିଷ ପୋଡି ସାରିଥିଲା । ପୋଡି ଯାଇଥିବା ସମସ୍ତ ଜିନିଷର ମୁଲ୍ଯ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । Advertisement
ଦୁଇ ମୋଟରସାଇକେଲ ଧକ୍କାରେ ଦୁଇ ମୃତ ଅନୁଗୁଳ – ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…
ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…