ମୁଖ୍ୟ ଖବର କୋଇଲା ବୋଝେଇ ଟ୍ରକରେ ନିଆଁ (ଭିଡିଓ) Angul OnlineSeptember 18, 2022September 18, 2022 ଅନୁଗୁଳ – କୋଇଲା ବୋଝେଇ ଟ୍ରକ ରେ ନିଆଁ । ଅଳ୍ପକେ ଏକ ବଡ ଧରଣର ଅଘଟଣରୁ ମିଳିଲା ରକ୍ଷା । ସୂଚନା ଅନୁସାରେ OR 19 ଗ 7027 ନମ୍ବର ବିଶିଷ୍ଟ ଏକ ଟ୍ରକ ତାଳଚେର ଖଣି ଅଞ୍ଚଳରୁ କୋଇଲା ନେଇ ନାଲକୋ CPP ପ୍ଲାଣ୍ଟକୁ ଆସିଥିଲା । ତେବେ ସିପିପି ପ୍ଲାଣ୍ଟ ସମ୍ମୁଖରେ କୋଇଲା ବୋଝେଇ ଟ୍ରକର ଗେଟ ପାସ ଆଣିବାକୁ ଡ୍ରାଇଭର ଯାଇଥିବା ବେଳେ ହଠାତ ଟ୍ରକରେ ନିଆଁ ଲାଗି ଯାଇଥିଲା । ତୁରନ୍ତ ନାଲକୋର ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଫଳରେ ଏକ ବଡ ଧରଣର ଅଘଟଣରୁ ରକ୍ଷା ମିଳି ଯାଇଥିଲା । ସୌଭାଗ୍ୟ ବଶତଃ ଟ୍ରକର କେବିନରେ ଲାଗିଥିବା ନିଆଁ କୋଇଲାରେ ଧରି ନଥିଲା ।ଏହା ଆଖପାଖରେ ଥିବା ଅନ୍ୟ ଟ୍ରକ ଗୁଡିକୁ ଘଟଣା ସ୍ଥଳରୁ ତୁରନ୍ତ ପଳାଇ ଥିଲେ । ନହଲେ ନିଆଁ ଆହୁରି ଭୟଙ୍କର ରୁପ ନେବାର ସମ୍ଭାବନା ରହିଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରା ଯାଉଥିବା ବେଳେ ଟ୍ରକର ଇଞ୍ଜିନ ପାର୍ଶ୍ୱଟି ସମ୍ପୂର୍ଣ ଜଳି ଯାଇଛି । https://angulonline.com/wp-content/uploads/2022/09/VID-20220918-WA0005.mp4 Name(required) Email(required) Website Message Submit Advertisement
ଗାନ୍ଧୀଭବନ ପାଇଁ ସତ୍ୟାଗ୍ରହରେ କ୍ରୀଷ୍ଣା ମହାନ୍ତି – ପ୍ରଶାସନ ଦେଲା ସ୍ପଷ୍ଟିକରଣ ଅନୁଗୁଳ – ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ । ବିହାରର ରାଜଧାନୀ ପାଟନାରୁ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…
ବିଜେପିରେ ଯୋଗଦେଲେ ଦିଲ୍ଲୀପ ଏବଂ ସୁନୀଲ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ନିଜ ନିଜ ଦଳର ପତିଆରା କେମିତି ଜାହିର ହେବ ସେଥିପାଇଁ ସମସ୍ତ ଚେଷ୍ଟା…