ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅଗ୍ନିକାଣ୍ଡ – ମୁଲ୍ଯବାନ ଯନ୍ତ୍ରାଂଶ ପୋଡି ନଷ୍ଟ

ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅଗ୍ନିକାଣ୍ଡ – ମୁଲ୍ଯବାନ ଯନ୍ତ୍ରାଂଶ ପୋଡି ନଷ୍ଟ

ଅନୁଗୋଳ – ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡରେ ଜଳିଗଲା ବହୁ ମୂଲ୍ୟବାନ ଯନ୍ତ୍ରାଂଶ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବର ରୁମରେ ଅଗ୍ନିକାଣ୍ଡ ହୋଇଛି । ରାତି ପ୍ରାୟ ୪ ଟା ବେଳେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ସୌଭାଗ୍ୟବଶତଃ କୌଣସି ଧନ ଜୀବନ ହାନି ହୋଇ ନାହିଁ । ଲେବର ରୁମ ନିକଟରେ ଥିବା ଅନ୍ୟ କୋଠରୀରେ ଥିବା ରୋଗୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ବିଳମ୍ବିତ ରାତିରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲା ।

What’s your Reaction?
+1
1
+1
0
+1
0
+1
0
+1
1
+1
0
+1
2

Leave a Reply