ମୁଖ୍ୟ ଖବର ବ୍ଯାଙ୍କରେ ଅଗ୍ନୀକାଣ୍ଡ – ଜଳିଗଲା କମ୍ପ୍ୟୁଟର ଓ ଜରୁରୀ କାଗଜପତ୍ର Angul OnlineNovember 3, 2023November 3, 2023 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାରରେ ଥିବା ଆକ୍ସିସ ବ୍ୟାଙ୍କରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ,ଗୁରୁବାର ରାତି ପ୍ରାୟ ୨ଟା ୩୦ମିନିଟ ସମୟରେ ବିଦ୍ୟୁତ ସର୍ଟ କାରଣରୁ ଅଗ୍ନୀକାଣ୍ଡ ଘଟିଥିଲା । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ବ୍ଯାପକ ଥିବାରୁ କଣିହାଁ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସିଥିବା ବେଳେ ଏନଟିପିସି ପ୍ରକଳ୍ପର ଗୋଟିଏ ଗାଡି ନିଆଁ ଲିଭାଇବା କାର୍ଯ୍ଯରେ ନିୟୋଜତ ହୋଇଥିଲା । ପ୍ରାୟ ତିନି ଘଣ୍ଟା ପରିଶ୍ରମ ପରେ ନିଆଁ ଆୟତ ହୋଇଥିଲା । ଅଗ୍ନିକାଣ୍ଡ ଫଳରେ ବ୍ୟାଙ୍କରେ ଥିବା ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି । Advertisement
ବଜ୍ରାଘାତରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ବ୍ରଜପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ତଳା ଥାନା ଗୋପାଳପୁର ଗାଁର ଗନ୍ଧର୍ବ ବେହେରା…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଲ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଅଞ୍ଚଳରେ ଆଜି ଅପରାହ୍ନରେ କାଳବାଇଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିବା ବେଳେ ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି…
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…