ମୁଖ୍ୟ ଖବର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଅଗ୍ନିକାଣ୍ଡ Angul OnlineJune 2, 2021June 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିର କୋଲ ହାଣ୍ଡେଲିଂ ପ୍ଲାଣ୍ଟ ଓ ସାଇଲୋରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବେଲ୍ଟ ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ସାଇଲୋ ଭିତରକୁ ଯାଇଥିବା ବେଲ୍ଟରେ ହଠାତ ନିଆଁ ଲାଗି ଧୂଆଁ ବାହାରିବାରୁ ସେଠାରେ ଥିବା କର୍ମଚାରୀ ବେଲ୍ଟକୁ ବନ୍ଦ କରି ନିଆଁ କୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ସଟ ସର୍କିଟ ରୁ କିମ୍ବା ବେଲ୍ଟ ତଳେଥିବା ରୋଲର ଚାଲୁ ନଥିବାରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । ରକ୍ଷଣା ବେକ୍ଷଣ ରେ ତ୍ରୁଟି ଯୋଗୁ ଏହିଭଳି ନିଆଁ ଲାଗିଥିବା ଅଭିଯୋଗ ହେଉଛି । ତେବେ ଏ ସମ୍ପର୍କରେ MCL କତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନାକରିଥିଲେ । ଗତ କିଛି ମାସ ତଳେ ଭରତପୁର ଷ୍ଟୋରରେ ମଧ୍ୟ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଟାୟାର ପୋଡି ପାଉଁଶ ହୋଇଥିଲା । ତେବେ MCL ଭରତପୁର କୋଇଲା ଖଣିର କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହିଭଳି କ୍ଷତି ଘଟୁଛି ବୋଲି ,ଶ୍ରମିକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । https://angulonline.com/wp-content/uploads/2021/06/cylo.mp4 Advertisement
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ସଂକ୍ରମିତ ସନ୍ଦେହରେ ୫ ଘଣ୍ଟା ପଡି ରହିଲା ଶବ – ସ୍ବେଛାସେବୀ କଲେ ଅନ୍ତିମ ସଂସ୍କାର ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…