ଅପରାଧ ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ Angul OnlineJanuary 30, 2023January 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କିଶୋରନଗର ବ୍ଲକ୍ ବାଘୁଆମୁଣ୍ଡା ଗାଁର ବାବୁଲାଲ ଦେହୁରୀ , ଗୁରୁଜାଙ୍ଗ ଗାଁର ଦୀପୁନ ଧଳ , ବାପୁନ ଧଳ , ରେଢ଼ାଖୋଲର ସଞ୍ଜିତ ବେହେରା ଏବଂ ହରଭଙ୍ଗାର ଶ୍ରୀକୃଷ୍ଣ ସାହୁ । ସୂଚନା ଅନୁସାରେ , ଗତ ୨୫ ତାରିଖ ରାତିରେ ଏହି ୫ ଜଣ ଅନ୍ୟ ୨ ଜଣଙ୍କ ସହ ମିଶି ଛେଳିଆପଡ଼ାର ପ୍ରମୋଦ ସାହୁଙ୍କର ଅନୁଗୁଳ ସହର ଉପକଣ୍ଠ ଖଲାରିରେ ଥିବା ଏକ ସ୍ପେୟାର ପାର୍ଟସ ଗୋଦାମରୁ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ସ୍ପେୟାର ପାର୍ଟସ ନେଇ ପଳାଇଥିଲେ । ଏ ସବୁ ସାମଗ୍ରୀ ନେବା ପାଇଁ ସେମାନେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବ୍ୟବହାର କରିଥିଲେ । ପରଦିନ ମାଲିକ ପ୍ରମୋଦ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା । ଆଉ ଶେଷରେ ଏହି ୫ ଜଣଙ୍କୁ କିଶୋରନଗରରୁ ଗିରଫ କରିବାରେ ସଫଳ ହୋଇଥିଲା । Advertisement
ବାହାଘର ବେଳେ କୋଭିଡ ନିୟମ ଉଲ୍ଲଘଂନ କରିବା ପଡିଲା ମହଙ୍ଗା ତାଳଚେର – କୋଭିଡ ନିୟମ ଉଲ୍ଲଙ୍ଘନ କରି ବିବାହ ଉତ୍ସବ ପାଳନ କରିବା ପଡିଛି ମହଙ୍ଗା । ନିୟମ ଠାରୁ ଅଧିକ ସଂଖ୍ଯାରେ ଲୋକ ଜମା ହୋଇଥିବା…
ପୁଅର ଟାଙ୍ଗିଆ ଚୋଟରେ ବାପ ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କଞ୍ଜରା ଗ୍ରାମରେ ପୁଅର ଟାଙ୍ଗିଆ ଚୋଟରେ ବାପର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଞ୍ଜରା ରାଜବୁରୀ…
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୬୫ ବର୍ଷର ବୃଦ୍ଧ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅଞ୍ଚଳରେ ଜୈନେକ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ୬୫ ବର୍ଷର ବୃଦ୍ଧଙ୍କୁ ଛେଣ୍ଡିପଦା ପୁଲିସ…