ମୁଖ୍ୟ ଖବର ଅଗ୍ନିକାଣ୍ଡରେ ୫ ବଖରା ଘର ଭସ୍ମୀଭୂତ – ୨ ଆହତ Angul OnlineFebruary 18, 2021February 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବରସାହି ଗାଁରେ ବିଦ୍ୟୁତ ସର୍ଟ ସର୍କିଟ ହେବା ଫଳରେ ଅଗ୍ନିକାଣ୍ଡ ଘଟି ତିନି ବଖରାଘର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ ରଙ୍ଗମାଟିଆ ସାହିର କୃଷ୍ଣ ମାହାର ,କପିଳ ମାହାର ,ସୁନିଲ ମାହାରଙ୍କ ପରିବାର ଦିନ ୩ଟା ବେଳେ ଘରେ ବିଶ୍ରାମ ନେଇଥିବା ବେଳେ ହଠାତ ଘରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଯାଉଥିବା ଦେଖି ପଡିଶା ଘର ଲୋକ ମାନେ ଆସି ଘର ଭିତରେ ରହି ଯାଇଥିବା କୃଷ୍ଣ ମାହାର ,କପିଳ ମାହାର ,ସୁନିଲ ମାହାରଙ୍କ ପରିବାର ଲୋକମାନଙ୍କୁ ଉଦ୍ଧାର କରିଥିଲେ । ପରେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ସୁନିଲ ମାହାର ଓ ସରୋଜ ମାହାର ନିଆଁରେ ପୋଡି ହୋଇ ଆହତ ହୋଇ ଯାଇଥିଲେ । ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଜଳିଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଆହତ ବ୍ୟକ୍ତି ଦ୍ବୟଙ୍କୁ ୧୦୮ ଆମ୍ବୁଲାନସରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ସେପଟେ ଅନୁଗୁଳ ବ୍ଲକ ତାଳସାହିରେ ଅଗ୍ନିକାଣ୍ଡ ଘଟି ଗାଁର ଶମ୍ଭୁନାଥ ନାଏକଙ୍କ ଦୁଇ ବଖରା ଘର ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ତେବେ ରାସ୍ତା ଅଣ ଚଉଡା ଥିବା ଯୋଗୁଁ ଦମକଳ ଗାଡି ସାହି ଭିତରକୁ ପଶି ପାରି ନଥିଲା । ପରେ ବହୁ ଚେଷ୍ଟା କରି ନିଆଁକୁ ଆୟତ୍ତ କରା ଯାଇଥିଲା । Advertisement
ଜାତୀୟ ରାଜପଥ ୫୫ ପାଇଁ ଗଣଧାରଣା ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ରାସ୍ତାର ମରାମତି କରା…
ବହୁ ପ୍ରତୀକ୍ଷାର ଅନ୍ତ – ଅତ୍ୟାଧୁନିକ ବସ୍ ଟର୍ମିନାଲ୍ରୁ ଗଡିଲା ବସ୍ ଅନୁଗୋଳ – ଅନୁଗୋଳର ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବା ନେଇ ପ୍ରତୀକ୍ଷାର ଅନ୍ତ ହୋଇଛି । ଜିଲ୍ଲାପାଳଙ୍କ ସହ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାର୍କିଂ ଦର…
ହିନ୍ଦୁ ଧର୍ମକୁ ଫେରିଲେ ୧୨ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା ଗାଁରେ ପ୍ରାୟ ୧୨ ଟି ଖ୍ରୀଷ୍ଟିଆନ ପରିବାର ହିନ୍ଦୁ ଧର୍ମକୁ ଫେରିଛନ୍ତି । ଏଥିପାଇଁ ଗାଁର ରଣେଶ୍ୱର ମନ୍ଦିରରେ ଏକ…