ଖେଳ ଓ ଖେଳାଳି ଫୁଟସଲ ୨୦୨୧ ଉଦଯାପିତ Angul OnlineFebruary 10, 2021February 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜେଏସପିଏଲର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ –୨୦୨୧ର ବିଜେତା ଭାବରେ ଜୋସ ଦଳ ଟ୍ରଫି ହାସଲ କରିଅଛି । ଜୋସ ଦଳଟି ଅନୁଗୋଳ ପ୍ରକଳ୍ପର ବିଭିନ୍ନ ବିଭାଗ ଯଥା ସିଜିପି, ଆରଏମଏଚଏସ, କୋଲ ୱାଶେରୀ, ଲଜିଷ୍ଟିକ୍ସ ଇତ୍ୟାଦି ବିଭାଗର ଖେଳାଳିଙ୍କୁ ନେଇ ଗଠିତ । ଚିତାକର୍ଷକ ଫାଇନାଲ ମ୍ୟାଚରେ ଏକ୍ସଟ୍ରିମ ଦଳକୁ ଜୋସ ଦଳ ପେନାଲଟି ସୁଟଆଊଟ ମାଧ୍ୟମରେ ୨–୧ ଗୋଲରେ ପରାସ୍ତ କରି ଫୁଟସଲ –୨୦୨୧ର ବିଜେତା ହୋଇଥିଲେ । ଏହି ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟକୁ ଚଳିତ ମାସ ୧ ତାରିଖରେ ଜେଏସପିଏଲ ଅନୁଗୁଳ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା ଉଦଘାଟନ କରିଥିବା ବେଳେ ଏହି ଟୁର୍ନାମେଣ୍ଟରେ ଜେଏସପିଏଲର ବିଭିନ୍ନ ବିଭାଗର ସର୍ବଶ୍ରେଷ୍ଠ ବଛା ବଛା ଖେଳାଳି ମାନେ ସମୁଦାୟ ୬ଗୋଟି ଦଳରେ ଖେଳ ଭାବନା ନେଇ ନିଜ ନିଜର ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଜେଏସପିଏଲ ସଭାପତି ତଥା ଜିନ୍ଦଲ ଅଫିସର୍ସ କ୍ଲବର ସାଧାରଣ ସମ୍ପାଦକ ଶ୍ରୀ ଦାମୋଦର ମିତ୍ତଲ ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେତା ତଥା ଉପ-ବିଜେତା ଦଳକୁ ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଏହି ଉତ୍ସବରେ ସିଜିପି ବିଭାଗର ଇଭିପି ଶ୍ରୀ ଏ.ଏନ.ତିଵାରୀ, ଏଭିପି-ଆଇରନ ଜୋନ ଶ୍ରୀ ଆଶିଷ ପାଣ୍ଡେ, ନିରାପତ୍ତା ବିଭାଗ ମୁଖ୍ୟ ଶ୍ରୀ ସୁଶୀଲ ଲୋଧିଙ୍କ ସମେତ ଅନେକ ବିଭାଗୀୟ ମୁଖ୍ୟ ଏବଂ ଦର୍ଶକ ଉପସ୍ଥିତ ଥିଲେ । ଏହି ଟୁର୍ନାମେଣ୍ଟରେ ସିଜିପି ବିଭାଗର ଶ୍ରୀ ତାମଳ ସାମନ୍ଥ ଏବଂ ଏସଏମଏସ ବିଭାଗର ଶ୍ରୀ ଆକାଶ ଚୌଧରିଙ୍କୁ ସର୍ବାଧିକ ଗୋଲ ସ୍କୋର କରିଥିବା ଯୋଗୁଁ ସ୍ଵର୍ଣ ବୁଟ ପ୍ରଦାନ କରାଯାଇଥିବା ବେଳେ ସିଜିପି ବିଭାଗର ଶ୍ରୀ ଅଜୟ ଶର୍ମାଙ୍କୁ ଶ୍ରେଷ୍ଠ ଗୋଲ କିପର ପୁରସ୍କାର ପ୍ରଦାନ କରାଯାଇଥିଲା । Advertisement
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…
ହାଣ୍ଡିଗୋଡା ଠାରେ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ହାଣ୍ଡିଗୋଡାଠାରେ ଆଦର୍ଶ ଗ୍ରାମିଣ ଯୁବ ମଣ୍ଡଳ ଆନୁକୁଲ୍ଯରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି ।…
ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ”…