ରାଜନୀତି ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ ତାଙ୍କ ଉପରେ ଆସ୍ଥା ରାଖୀ ଏହି ଦାୟିତ୍ଵ ଦେଇଥିବା ବେଳେ ଏଥପାଇନ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ , ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ , ସାଂସଦ ମହେଶ ସାହୁ , ସମ୍ବଲପୁର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳର କାର୍ଯ୍ୟଶୈଳୀକୁ ଅନୁସରଣ କରି ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ରାଜୀବ କହିଛନ୍ତି । ସୂଚନା ଅନୁସାରେ ରାଜୀବ ୨୦୦୮ରୁ ୨୦୧୨ ଯାଏଁ ମ୍ୟୁନିସିପାଲଟିର ସଭାପତି , ୨୦୧୨ରୁ ଜିଲ୍ଲା ସଭାପତି , ୨ ଥର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । Advertisement
ନେତାଙ୍କ ପାଠ କେତେ ? ଅନୁଗୁଳ – ମେ ମାସ ୨୫ ତାରିଖାରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ଅନୁଗୁଳ ଜିଲ୍ଲାରେ ଚଳିତ ନିର୍ବାଚନରେ ରଣାଙ୍ଗନକୁ…
ସଂଗଠନ ହେଉଛି ଦୁର୍ବଳ – ଦାୟିତ୍ୱ ନେବେ ରଜନୀ !!! ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିବା ସହ ସାଧାରଣ ଲୋକଙ୍କ ମନ ଜିଣିବାକୁ…
ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦା – ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି…