ମୁଖ୍ୟ ଖବର ବନ ବିଭାଗ ଓ ପୁଲିସ ଗ୍ରାମବାସୀଙ୍କ ଦ୍ବାରା ଅଟକ Angul OnlineOctober 30, 2022October 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା । ସେହି ବାଘ ମୃତ୍ୟୁରେ ସଂଶ୍ଲିଷ୍ଟ ସନ୍ଦେହ କରି କୁଲାଙ୍ଗୀ ଗ୍ରାମକୁ ଶିକାରୀମାନଙ୍କୁ ଗିରଫ କରିବାକୁ ଯାଇଥିବା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ ବିଭାଗ ଅଧିକାରୀ ଓ ପୁଲିସ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିଥିଲେ । ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗ୍ରାମରେ ଗତ ୨୭ତାରିଖ ଦିନ ଦୁଇଟି ବାଘର ଗଳିତ ମୃତଦେହ ଠାବ ହୋଇଥିଲା । ଏହି ଘଟଣାରେ ଆଜି ବନ ବିଭାଗ ପୁରୁଣାକୋଟ ପୁଲିସକୁ ନେଇ କୁଲାଙ୍ଗୀ ଗ୍ରାମକୁ ଯାଇଥିଲା । ସନ୍ଦେହ ଥିବା ଯୋଗୁଁ ଦୁଇଜଣ ଯୁବକଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମର ଲୋକମାନେ ଗିରଫଦାରୀକୁ ବିରୋଧ କରିଥିଲେ । ଏନେଇ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରି ବସି ରହିଥିଲେ । ଫଳରେ ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା, ରେଞ୍ଜ ଅଧିକାରୀଙ୍କ ସମେତ ପୁରୁଣାକୋଟ ପୁଲିସ ଗ୍ରାମରେ ଅଟକ ରହିଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗିରହିଥିଲା । ପରେ ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା , ପୁରୁଣାକୋଟ ଥାନା ଆଇଆଇସି ଆଶିଷ ଜେନା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅନେକ ସମୟ ଧରି ବୁଝାସୁଝା କରିବା ପରେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଛାଡିଥିଲେ । Advertisement
ପୁଣି ପାଇଖାନା ଟାଙ୍କି ନେଲା ଦୁଇ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଶକ୍ତି ନଗର କଲୋନୀରେ ଏକ ନବନିର୍ମିତ ପାଇଖାନା ଟାଙ୍କିରେ ଫସି ଦୁଇ ଜଣ…
ଦୁଇ ଲାଞ୍ଚୁଆ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ…
୨୦ ଟଙ୍କାର ମଦ ପାଇଁ ହତ୍ୟା ଅଭିଯୋଗ – ୨ ଅଟକ କଣିହାଁ – ୨୦ ଟଙ୍କାର ମଦ ପାଇଁ ବୃଦ୍ଧଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା…