ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର ନାଥ ତ୍ରିପାଠୀ(ବର୍ତ୍ତମାନ ଅବସରପ୍ରାପ୍ତ) ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଥିଲେ । ଏହି ଲାଞ୍ଚ ନେବା ଘଟଣାରେ ଆଜି ଅନୁଗୁଳ ସ୍ଵତନ୍ତ୍ର ଜଜ (ଭିଜିଲାନ୍ସ) ରବୀନ୍ଦ୍ର ନାଥ ତ୍ରିପାଠୀଙ୍କୁ ଦୁଇ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ ଝାରବଇଣ୍ଡା ଗାଁର ଜଣେ ଯୁବକଙ୍କ ମୋଟରସାଇକେଲ ପୋଲିସ ଥାନାକୁ ନେଇ ଯାଇଥିଲା । ଏହି ମୋଟରସାଇକେଲ ମୁକୁଳାଇବା ପାଇଁ ଯୁବକଙ୍କ ଭାଇ ସୁଦାମ ବେହେରା ଠାକୁରଗଡ ଥାନାକୁ ଯାଇଥିବା ବେଳେ ଥାନାରେ ଥିବା ବର୍ତ୍ତମାନର ଅବସରପ୍ରାପ୍ତ ଏ ଏସ ଆଇ ରବୀନ୍ଦ୍ର ନାଥ ତ୍ରିପାଠୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସୁଦାମଙ୍କ ଭାଇର ପୁରୁଣା କେସ ଅଛି , ଲାଞ୍ଚ ନଦଲେ ମୋଟରସାଇକେଲରେ ମଦ ରଖି ଭାଇକୁ ଗିରଫ କରି ବାକୁ ଧମକ ଦେଇଥିଲେ । ଏଥିପାଇଁ ସୁଦାମ ଭିଜିଲ୍ଲାନ୍ସର ଦ୍ଵାରସ୍ଥ ହୋଇଥିଲେ । ଏବଂ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏସ ଏସ ଆଇ ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କୁ ଭିଜିଲାନ୍ସ କାବୁ କରି ନେଇଥିଲା । ଏହି ଘଟଣାର ବିଚାର କରି ଆଜି ଅନୁଗୁଳ ସ୍ଵତନ୍ତ୍ର ଜଜ (ଭିଜିଲାନ୍ସ) ରାଜଲକ୍ଷ୍ମୀ ପଟ୍ଟନାୟକ ଅବସରପ୍ରାପ୍ତ ଏ ଏସ ଆଇ ରବୀନ୍ଦ୍ର ନାଥ ତ୍ରିପାଠୀଙ୍କୁ ଦୋଷୀ ସାବସ୍ତ କରିବା ସହ ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ଚନ୍ଦ୍ରକାନ୍ତ ଦାସ ପରିଚାଳନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *