ଦୁର୍ଘଟଣାରେ ପୂର୍ବତନ ବିଧାୟକ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଝିଅ ଆହତ

ଅନୁଗୁଳ –ଅନୁଗୁଳ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ୱାଳ ଓ ନାତୁଣୀ ଅମ୍ବିକା ବିଶ୍ୱାଳ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ପ୍ରଭାତ ତ୍ରିପାଠୀ ଓ ଅମର ଶତପଥି ଏକ ଇନୋଭା କାରରେ ସମ୍ବଲପୁରରୁ ଅନୁଗୁଳ ଯାଉଥିବା ବେଳେ ହଣ୍ଡପା ଛକ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ , ଝିଅ ଓ ନାତୁଣୀକୁ ନେଇ ଅନୁଗୁଳ ପଟକୁ ଯାଉଥିବା ଏକ ଏକ୍ସୟୁଭି ଗାଡି ପଛରୁ ଧକ୍କା ଦେଇଥିଲା । ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା ବିଶ୍ୱାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଝିଅ ଅନିତା ବିଶ୍ୱାଳ ଓ ନାତୁଣୀ ଅମ୍ବିକା ବିଶ୍ୱାଳ ଆହତ ହୋଇଥିଲେ ।  ଏହି ଦୁର୍ଘଟଣାରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ହଣ୍ଡପା ପୁଲିସ ଖବର ପାଇ ତୁରନ୍ତ ଗୁରୁତର ଆହତ ହୋଇଥିବା ଉର୍ମିଳା ବିଶ୍ୱାଳ ଓ ତାଙ୍କ ଝିଅ ଏବଂ ନାତୁଣୀଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇ ଦେଇଥିଲେ । ବିଧାୟକ ତ୍ରିପାଠୀ ହଣ୍ଡପାରେ ପ୍ରାଥମିକ ଚିକିତ୍ସା କରାଇଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *