ଆଞ୍ଚଳିକ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ Angul OnlineOctober 9, 2022October 9, 2022 ଅନୁଗୁଳ – ଅନୁଗୁଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ତାଙ୍କ ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଦେଇ ଗତି କରୁ ଥିଲେ । ସ୍ବର୍ଗତ ତ୍ରିପାଠୀ ପୂର୍ବରୁ ସମାଜରେ ଅନେକ ବର୍ଷ ଧରି ସାମ୍ବାଦିକତା କରିଥିଲେ । ତାଙ୍କ ପିତା ସ୍ବର୍ଗତ ଦୀନବନ୍ଧୁ ତ୍ରିପାଠୀ ମଧ୍ୟ ଦୀର୍ଘ ବର୍ଷ ଧରି ସମାଜର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ । ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କ ପରଲୋକ ଖବର ପାଇ ଅନୁଗୁଳର ବହୁ ଗଣମାନ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି । Advertisement
ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ…
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟାଳୟ ଉଦ୍ଘାଟନ ଅନୁଗୁଳ – ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ଥାନୀୟ ମାରଓ୍ବାଡ଼ି ପଞ୍ଚାୟତ ଧର୍ମଶାଳା ଠାରେ ଏକ କାର୍ଯ୍ୟାଳୟ…
ଥର୍ମାଲ ପ୍ଳାଣ୍ଟ ବନ୍ଦ ନିଷ୍ପତ୍ତିକୁ ବିରୋଧ – ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ଅନୁଗୁଳ – ତାଳଚେର ଥର୍ମାଲ ପ୍ଳାଣ୍ଟକୁ ମାର୍ଚ୍ଚ ୩୧ ତାରିଖରେ ବନ୍ଦ କରି ଦିଆଯିବା ନିଷ୍ପତି ପ୍ରତିବାଦରେ ଗୁରୁବାର ଦିନ ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ…