ମୁଖ୍ୟ ଖବର ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ Angul OnlineFebruary 25, 2022February 25, 2022 ଅନୁଗୁଳ – ପୂର୍ବତନ ଡେପୁଟି ମିନିଷ୍ଟର ହୋମ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀଯୁକ୍ତ ଦେବରାଜ ୧୯୭୧ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ମନ୍ତ୍ରୀ ମଣ୍ଡଳରେ ଡେପୁଟି ମିନିଷ୍ଟର ହୋମ ଥିଲେ । ତାଙ୍କରି ସମୟରେ ଅନୁଗୁଳରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେ ଜଣେ ନିଷ୍ଠାପର , ସଚ୍ଚୋଟ ତଥା ଗରିବ ଲୋକଙ୍କ ଦରଦୀ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ତଥା ଶୁଭେଚ୍ଛୁଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । Advertisement
ବାରହା ଆକ୍ରମଣରେ ଛେଳି ଚରାଳି ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି ।…
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ…
ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ…