ରାଜନୀତି ହଜାର ହଜାର ସମର୍ଥକଙ୍କ ସହ ପଦ୍ମ ଧରିଲେ ସଞ୍ଜୀବ Angul OnlineNovember 19, 2021November 19, 2021 ଭୁବନେଶ୍ୱର – ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ନିଜର ହଜାର ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତିରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରି ନଥିଲା । ତାଛଡ଼ା ଲଗାତାର ଦଳରେ ଅଣଦେଖା କରାଯାଉଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ସେ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା ହେଉଥିଲା । କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପାର୍ଟି ହେଡକ୍ୱାର୍ଟରରେ ଆୟୋଜିତ ସଭାରେ ସଞ୍ଜୀବ ସାହୁ ତାଙ୍କର ପ୍ରାୟ ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ସଂଜୀବ ସାହୁ ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ୧୮ହଜାର ୯୮୧ ଖଣ୍ଡ ଭୋଟ୍ରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ । ୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ୧୯ ହଜାର ୫୩୩ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ । ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍ ଦେଇଥିଲା । ଏହା ପରଠୁ ସଞ୍ଜୀବ ବିଜେଡି ଉପରେ ଅସନ୍ତୁଷ୍ଟ ଥିଲେ । Advertisement
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…
ବିଜେଡ଼ିର ମିଶ୍ରଣ ପର୍ବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ନିର୍ବାଚନ…
ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ନୋମିନୀ ନିଲମ୍ବିତ ଭୁବନେଶ୍ଵର – ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ ତଥା ବରିଷ୍ଠ ନେତା କ୍ଷୀରୋଦ ବାଘାର । ଦଳ ବିରୋଧୀ…