ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି । ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସକାଳେ ମା ବୁଢ଼ୀ ଠାକୁରାଣୀ ଓ ଶିବ ମନ୍ଦିରରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରିବା ପରେ ବିଜୁ ଜନତା କାର୍ଯ୍ୟାଳୟ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହପରେ ସାକୋସିଂହା ଲେପ୍ରୋସୀ ସାହି ଠାରେ ରନ୍ଧା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯିବା ସହ ଗୋପୀନାଥପୁର ସ୍ଥିତ କେଦାର ଗୌରୀ ଦୃଷ୍ଟିହୀନ ତାଲିମ କେନ୍ଦ୍ର , ବଳରାମପ୍ରସାଦ ସ୍ଥିତ ନକୁଳ ଚନ୍ଦ୍ର ଅନ୍ଧ ମୁକ ବଧିର ବିଦ୍ୟାଳୟ , ବଳରାମପ୍ରସାଦ ସ୍ଥିତ ନବଜୀବନ ଅନାଥ ଆଶ୍ରମ , ସୌଭାଗ୍ୟ ନଗର ସ୍ଥିତ ନବଜୀବନ ବୃଦ୍ଧାଶ୍ରମ ଠାରେ ସହାୟତା ବଣ୍ଟନ କର ଯାଇଥିଲା । ପଞ୍ଚମହଲା ସ୍ଥିତ ଆଦୃତ ଅନାଥ ଆଶ୍ରମ ଠାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବା ସହ ଫୁଲପଡା ଉଚ୍ଚ ବିଦ୍ୟାଳୟ ଠାରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଓଡିଶା ମୋ ପରିବାର ଅନୁଗୁଳ ନିର୍ବାଚନ ମଣ୍ଡଳୀ ଓ ବିଜୁ ଜନତା ଦଳ, ବଅଁରପାଳ ବ୍ଲକ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୨୩୬ ୟୁନିଟ ସଂଗୃହିତ ହୋଇଥିଲା । ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ମହେନ୍ଦ୍ର ବସ୍ତିଆ, ଓଡିଶା ମୋ ପରିବାର ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ବିଜୁ ଜନତା ଦଳ ବଅଁରପାଳ ବ୍ଲକ ସଭାପତି ବିଜୟ କୁମାର ନାଥ, ଅରୁଣାଭ ସିଂହ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଶିବରାମ ମାଝୀ, ସରୋଜ ନାରାୟଣ ସାହୁ, ସୁଜିତ ଦ୍ବିବେଦୀ, ତପନ ତ୍ରିପାଠୀ, ସରୋଜ ନାଏକ, ଉଚ୍ଚବ ଦେହୁରୀ, ଭରତ ମାଝୀ, ସୁଜନ ସାହୁ, ଅମରେଶ ସାହୁ, ରାକେଶ ନନ୍ଦ, ସୁସେନ ଗଡ଼ନାଏକ, ସୁରେନ ତ୍ରିପାଠୀ, ମଞ୍ଜୁଲତା ସାହୁ, ନିର୍ମଳ ସାହୁ, ବିଜ୍ଞାନୀ ବେହେରା, ଦିନେଶ ସାହୁ, ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *